ଲକଡାଉନ୍ ବେଳେ ୪୧ ଜଣକ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ନାବାଳିକା: ସେଲଟର ହୋମ୍‌ରୁ ଘରକୁ ଯିବାବେଳେ ହୋଇଥିଲେ ନିଖୋଜ

Published By : Prameya-News7 Bureau | January 19, 2021 IST

ମଲପ୍ପୁରମ ୧୯/୦୧ : ଜଣେ ୧୭ ବର୍ଷୀୟ ନାବାଳିକା ଦୁଷ୍କର୍ମ ପୀଡିତା ୪୧ ଜଣଙ୍କ ଯୌନ ଶୋଷଣର ଶିକାର ହୋଇଥିବା କହିଛନ୍ତି। ୪୧ ଅଭିଯୁକ୍ତଙ୍କ ମଧ୍ୟରୁ ୩୩ ଜଣକୁ ପୋଲିସ ଗିରଫ କରିଛି। ଗତ ବର୍ଷ କେରଳ ମଲପ୍ପୁରମର ଏକ ଉଦ୍ଧାର କେନ୍ଦ୍ରରୁ ମୁକ୍ତ ହେବା ପରେ ନାବାଳିକା ୪୧ ଜଣଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା କହିଥିଲେ ବୋଲି ସୋମବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି। ନିକଟରେ ନିର୍ଭୟା କେନ୍ଦ୍ରରେ ଏକ କୌନସିଲିଂ ସେସନ ସମୟରେ ଏହି ଯୌନ ଶୋଷଣ ମାମଲା ସାମ୍ନାକୁ ଆସିଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି।

୨୦୧୬ରେ ପୀଡିତା ପ୍ରଥମେ ଦୁଷ୍କର୍ମର ଶିକାର ହୋଇଥିଲେ। ସେତେବେଳେ ତାଙ୍କୁ ୧୩ ବର୍ଷ ବୟସ ହୋଇଥିଲା। ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଥିଲା ଓ ନାବାଳିକାଙ୍କୁ ଜିଲ୍ଲାର ଏକ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ରେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ତାର ଠିକ କିଛି ଦିନ ପରେ ସେ ପୁଣି ପଡୋଶୀ ବିରୋଧରେ ଆଉ ଏକ ଯୌନ ଶୋଷଣ ମାମଲା  ମାମଲା ରୁଜ୍ଜୁ କରିଥିଲେ। ତାପରେ ତାଙ୍କୁ ନିର୍ଭୟା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା।

ଗତ ବର୍ଷ ଲକଡାଉନ ସମୟରେ ନିର୍ଭୟା କେନ୍ଦ୍ର କର୍ତ୍ତୃପକ୍ଷ ନାବାଳିକାଙ୍କୁ ତାଙ୍କ ମା'ଓ ଭାଇ ସହ ରହିବାକୁ ଛାଡି ଦେଇଥିଲେ। ନିର୍ଭୟା କେନ୍ଦ୍ରରୁ ବାହାରିବା ପରେ ନାବାଳିକା ନିଖୋଜ ହୋଇଯାଇଥିଲେ। ଗତ ବର୍ଷ ଡିସେମ୍ବର ମାସରେ ତାଙ୍କୁ ପଲକ୍କଡ଼ରୁ ଉଦ୍ଧାର କରାଯାଇଥିଲା। ଶିଶୁ ସୁରକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷ କହିଛନ୍ତି, ନାବାଳିକା ନିଖୋଜ ହେବାପରେ ସେମାନେ ତାଙ୍କୁ ଟ୍ରାକ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କରୋନା ମହାମାରୀ କଟକଣା ଯୋଗୁଁ ବିଫଳ ହୋଇଥିଲେ। 

ସାମାଜିକ କଲ୍ୟାଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେଲଟର ହୋମ ବିରୋଧ ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.