ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା
Published By : Prameya-News7 Bureau | June 22, 2018 IST
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା । ସାଲେପୁର ଥାନା ଓଡାସିଂ ଗାଁର ଉମାକାନ୍ତ ସାହୁ ବିବାହ ପ୍ରତିଶ୍ରୁଦିଦେଇ ଜଣେ ୧୬ ବର୍ଷିଆ ନାବାଳିକାଙ୍କୁ ତାଙ୍କ ଘରୁ ନେଇ ଆସିଥିଲେ । ଦିର୍ଘ ୭ମାସ ଧରି ବିଭିନ୍ନ ସ୍ଥାନରେ ରଖି ତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲା । ତେବେ ନାବାଳିକା ଜଣଙ୍କ ଉମାକାନ୍ତଙ୍କୁ ବିବାହ ପାଇଁ କହିବାରୁ ଉମାକାନ୍ତ ତାଙ୍କୁ ନିର୍ଯ୍ୟାତନା ଦେବାସହ ପ୍ରବଳ ମାଡ଼ ମାରିଥିଲେ । ଯାହାକି ନାବାଳିକାଙ୍କ ହାତ ଓ କାନ୍ଧରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ସାଲେପୁର ଅଞ୍ଚଳର ଆମ ମାହାଙ୍ଗା ସେଛାସେବୀ ଅନୁଷ୍ଠାନର ମହିଳା ମାନେ କୈଣସି ସୁତ୍ରରୁ ଖବରପାଇ ଉକ୍ତ ନାବାଳିକାକୁ ଉଦ୍ଧାର କରିଛି । କଟକ ଚାଇଲଡ଼ ହେଲପ୍ ଲାଇନ ସହାୟତା ରେ ସାଲେପୁର ଥାନାରେ ନାବାଳିକା ଜଣକ ଲିଖିତ ଅଭିଯୋଗ କରିଛନ୍ତି। ସଂପୃକ୍ତ ଯୁବକ ଏବେ ଫେରାର ରହିଛି