ପାକିସ୍ତାନ ସୀମା ପାର କରି ଭାରତ ବର୍ଡରକୁ ପଶିଆସିଲା ଶିଶୁ, ବିଏସ୍‌ଏଫ୍‌ ନେଲା ଏପରି ପଦକ୍ଷେପ...

Published By : Prameya-News7 Bureau | April 03, 2021 IST

ବାଡମେର ୦୩/୦୪ : ଦେଶର ସୀମା ସୁରକ୍ଷା ବଳର ଯବାନମାନେ ଭାରତ-ପାକ୍ ସୀମାରେ ନିଜର ମାନବିକତା ପ୍ରଦର୍ଶନ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ବିଏସ୍ଏଫ୍ ଦ୍ୱାରା କରାଯାଇଥିବା କାର୍ଯ୍ୟ କେବଳ ପ୍ରଶଂସନୀୟ ନୁହେଁ ବରଂ ଏହା ପାକିସ୍ତାନକୁ ଦର୍ପଣ ଦେଖାଇଛି ।

ରାଜସ୍ଥାନର ବାଡମେରରେ ଭାରତ-ପାକ୍ ସୀମାରେ କାର୍ଯ୍ୟରତ ବିଏସ୍ଏଫ୍ ଯବାନମାନେ ଏକ ନାବାଳକ କାନ୍ଦୁଥିବା ଦେଖିବାକୁ ପାଇଥିଲେ । ଶିଶୁଟି ପାକିସ୍ତାନରୁ ଚାଲି ଆସି ସୀମା ପାର ହୋଇ ଭାରତ ସୀମା ମଧ୍ୟକୁ ପ୍ରବେଶ କରିଆସିଥିବା ସୂଚନା ମିଳିଛି । ତେବେ ଯବାନମାନେ ତାକୁ କିଛି ପଚାରିବା ସମୟରେ ସେ ଖୁବ ଭୟଭୀତ ହୋଇଯାଇଥିଲା । ଅନେକ ସମୟ ଧରି ପଚରା ଉଚରା ପରେ ନାବାଳିକଟି ତାର ନାଁ କରିମ୍‌ ବୟସ ୮ ବର୍ଷ ଏବଂ ସେ ପାକିସ୍ତାନରୁ ଚାଲିଆସିଥିବା କହିଥିଲା ।

ସୀମାରେ ନିୟୋଜିତ ଯବାନମାନେ ସହୃଦୟ ପୂର୍ବକ କରିମ୍‌କୁ କିଛି ଶୁଖିଲା ଖାଦ୍ୟ ଦେଇଥିଲେ । ଏହା ପରେ ଭାରତୀୟ ସେନାର ବରିଷ୍ଠ ଅଧିକାରୀ ପାକିସ୍ତାନ ରେଞ୍ଜରଙ୍କ ସହିତ କଥା ହୋଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ କରିମକୁ ପାକିସ୍ତାନରେ ଛଡାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.