ଅଶ୍ଳୀଳ ଭିଡିଓ ଭାଇରାଲ୍ ଧମକ ଦେଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ ଯୁବକ, ବିରୋଧ କରିବାରୁ ଭାଇରାଲ୍ କରିଦେଲେ ଭିଡିଓ

Published By : Prameya-News7 Bureau | September 01, 2019 IST

ଗାଜିଆବାଦ ୧।୯: ଉତ୍ତରପ୍ରଦେଶ ଗାଜିଆବାଦରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ଅଶ୍ଳୀଳ ଫଟୋ ସହ ଭିଡିଓ କରିଥିବା ଅଭିଯୋଗ ହୋଇଛି । ଅଶ୍ଲୀଳ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ବାରମ୍ବାର ନାବାଳିକାଙ୍କ ଦୁଷ୍କର୍ମ କରାଯାଇଥିଲା । ଯେତେବେଳେ ନାବାଳିକା ଜଣଙ୍କ ଏହାର ପ୍ରତିବାଦ କରିଥିଲେ ସେତେବେଳେ ସେତେବେଳେ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ ଅଭିଯୁକ୍ତ । ନାବାଳିକାଙ୍କ ଅଭିଯୋଗ ପରେ  ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଗାଜିଆବାଦ ମୋଦିନଗର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ବହୁବାର ଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତ ପୀଡିତା ନାବାଳିକାଙ୍କ ଭାଇର ସାଙ୍ଗ ବୋଲି କୁହାଯାଉଛି । ପୀଡିତା ନାବାଳିକା କିଛି ଦିନ ତଳେ ଅଟୋରେ କୋଚିଂ କ୍ଲାସ୍ ଯାଉଥିଲେ । ଅଭିଯୁକ୍ତ ଯୁବକ ତାଙ୍କୁ ଫୁସୁଲାଇ ଏକ ରେଷ୍ଟୁରାଣ୍ଟକୁ ନେଇଯାଇଥିଲେ । ସେଠାରେ ତାଙ୍କ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଶୁଟ୍ କରିଥିଲେ । ସେହି ଫଟୋ ଏବଂ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଇ ନାବାଳିକାଙ୍କୁ ବ୍ଲାକମେଲିଂ କରିବା ସହ ବହୁବାର ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି । ଯେତେବେଳେ ନାବାଳିକା ଜଣଙ୍କ ଯୁବକଙ୍କ କଥା ମାନିବାକୁ ମନାକରିଦେଇଥିଲେ ସେତେବେଳେ ଅଭିଯୁକ୍ତ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଥିଲେ ।

ଭିଡିଓ ଭାଇରାଲ୍ ହେବା ପରେ ପୀଡିତା ନାବାଳିକା ଏବଂ ତାଙ୍କ ପରିବାର ମାନସିକ ଆଘାତପ୍ରାପ୍ତ ହୋଇଛନ୍ତି । ଫଳରେ ପରିବାରଲୋକଙ୍କ ସହ ପୀଡିତା ନାବାଳିକା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.