ନୂଆପଡା ପୋଲିସ ନିକଟରେ ନାବାଳିକା ମାଓବାଦୀଙ୍କ ଆତ୍ମସମର୍ପଣ

Published By : Prameya-News7 Bureau | November 13, 2018 IST

ନୂଆପଡା ୧୩|୧୧: ନୂଆପଡା ପୋଲିସ ନିକଟରେ ଜଣେ ନାବାଳିକା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଏସପି ସ୍ମିତ ପି ପରମାର । ସରକାରଙ୍କ ତରଫରୁ ତାଙ୍କ ନାମରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପାଞ୍ଚ ମାସ ହେବ ସେ ନୂଆପଡା ମୈନପୁର ଡିଭିଜନ ମାଓ ସଂଗଠନରେ କାମ କରୁଥିଲା ।  ପାଟଦର୍ହା ଝୋଲାଫାର ଜଙ୍ଗଲ ଭିତରେ ୭ ଦିନର ତାଲିମ ନେଇଥିଲେ ।  ଅନିଚ୍ଛା ସତ୍ତ୍ବେ ମାଓ ସଂଗଠନରେ ସାମିଲ କରାଯାଇଥିବାରୁ ଆତ୍ମସମର୍ପଣ କରିଥିବା ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.