Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ମାତିଛନ୍ତି ନାବାଳକ ଲୁଟେରା, ସୁଯୋଗ ଦେଖି ତାଲା ଭାଙ୍ଗୁଛନ୍ତି ଆଉ ଲୁଟି ନେଉଛନ୍ତି ବାଇକ୍

11/06/2021 at 5:55 PM

ଭଦ୍ରକ ୧୧।୬: ମାତିଛନ୍ତି ନାବାଳକ ଲୁଟେରା । ସୁଯୋଗ ଦେଖି ବାଇକ୍ ତାଲା ଭାଙ୍ଗି ଚୋରି କରୁଛନ୍ତି । ସିସିଟିଭିରେ କଏଦ ହୋଇଛି ଏଭଳି ଦୃଶ୍ୟ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସିସିଟିଭିରେ କଏଦ ହୋଇଥିବା ଏହି ବାଇକ୍ ଚୋରିର ଦୃଶ୍ୟ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ସାହାପୁର ଅଞ୍ଚଳର ମାରୁତି ସୋ’ରୁମ୍ ନିକଟ ବୋଲି କୁହାଯାଉଛି । ସୋ’ରୁମ୍ ସମ୍ମୁଖରୁ ବାଇକକୁ ଲୁଟି ନେଇଛନ୍ତି କୁନି ଲୁଟେରା । ଏହି ଲୁଟ୍ ବେଳର ଭିଡିଓଟି ସିସିଟିଭିରେ କଏଦ ହୋଇଥିବା ବେଳେ, ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ମାରୁତି ସୋ’ରୁମ୍ ଆଗର ସିସିଟିଭି ଫୁଟେଜରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇଟି କୁନି ପିଲା ଗାଡି ଚୋରି କରି ଫେରାର ହୋଇଯାଇଥିବା ବେଳେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଚୋରି ଗାଡିଟି ପାଖରେ ଥିବା ଦୋକାନୀ କର୍ମଚାରୀଙ୍କର ବୋଲି ଜଣାପଡିଛି ।

   Related Posts