ଚର୍ଚ୍ଚାରେ ପୁଣି ପାଟଣା ଥାନା : ନାବାଳକକୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ, ନ୍ୟାୟ ପାଇଁ ଏସ୍ପିଙ୍କ ନିକଟରେ ଗୁହାରି
25/11/2020 at 1:11 PM

ପାଟଣା ୨୫।୧୧: ଥାନାରେ ପୁଣି ଥାର୍ଡ ଡିଗ୍ରୀ ଅଭିଯୋଗ । ଗତ କିଛି ଦିନ ତଳେ ପୁରୀର ବାସେଳିସାହି ଓ ସୁନ୍ଦରଗଡ଼ରେ ଅଭିଯୁକ୍ତଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଥିଲା ।ଉଭୟ ସ୍ଥାନରେ ଅଭିଯୁକ୍ତମାନେ ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି । ତେବେ ଗୋଟିଏ ପଟେ ସେହି ବିବାଦ ଥମିନଥିବା ବେଳେ ଏବେ ଆଉ ଗୋଟିଏ ବିବାଦ ଆସି ପହଞ୍ଚିଛି । ଏଥର କେନ୍ଦୁଝର ଜିଲ୍ଲା ପାଟଣା ଥାନାରୁ ଥାର୍ଡ ଅଭିଯୋଗ ଆସିଛି । ଭିତରେ ଜଣେ ନାବାଳକୁ ଚୋରୀ କରିଥିବା ସନ୍ଦେହରେ ଆଣି ଥାନା ଭିତରେ ନିସ୍ତୁକ ମାଡ ମାରିଥିବା ପରିବାର ଓ ନାବାଳକ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ଯେ, ଗତ ଶନିବାର ଦିନ ନାବାଳକୁ ଚୋରି ସନ୍ଦେହରେ ଥାନାକୁ ଆଣି ଦୁଇ ଜଣ କର୍ମଚାରୀ ଅରୁପ କୁମାର ସାମଲ ଓ ଶିବ ଶଙ୍କର ଆଲଦା ନିର୍ଧୁମ ମାଡ଼ ମାରିଛନ୍ତି। ପୋଲିସ ମାଡ଼ରେ ନାବାଳକ ଜଣଙ୍କ ଆହାତ ହୋଇଥିବା ବେଳେ ଯନ୍ତ୍ରଣା ସେ ଚାଲି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ପରିବାର ଲୋକେ କେନ୍ଦୁଝର ଏସ,ପି ଙ୍କୁ ଭେଟିବା ସହ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ତେବେ ପୂର୍ବରୁ ଉକ୍ତ ଥାନା ଭିତରେ ମାଡ଼ ମାରି ଆଇଆଇସି ସଂଧ୍ୟାରରାଣୀ ଜେନା ନିଲମ୍ବିତ ହୋଇଥିବା ବେଳେ ଏବେ ପୁଣି ପାଟଣା ଥାନାରେ ମାଡ଼ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ନାବାଳକ ଓ ତାଙ୍କ ପରିବାର ଲୋକ…