ସିରିଏଲ କିଲର୍ ନାବାଳକ: ମା’ ଜନ୍ମଦିନରେ ବାପା-ମାଆ ଓ ଭଉଣୀଙ୍କୁ ଗୁଳିକରି ହତ୍ୟାକଲା, ପୋଷା କୁକୁରଙ୍କୁ ବି ଛାଡିଲାନି, ଶେଷରେ…

Published By : Prameya-News7 Bureau | September 21, 2021 IST

ନୂଆଦିଲ୍ଲୀ ୨୧/୦୯ : ପ୍ରଥମେ ପରିବାରର ଜଣ ଜଣକରି ସମସ୍ତଙ୍କୁ ଗୁଳିକରି ହତ୍ୟା କଲା । ମନ ବୁଝିଲାନି ପୋଷା କୁକୁରଙ୍କୁ ବି ନିର୍ମମ ଭାବେ ହତ୍ୟାକଲା ଆଉ ପରେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଆମେରିକାର ଟେକ୍ସସ୍‌ରେ ଘଟିଛି । ଜଣେ ୧୫ ବର୍ଷିୟା ନାବାଳକର ଏଭଳି ଜଘନ୍ୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ମିଳିଥିବା ସୂଚନା ଅନୁସାରେ, ୧୫ ବର୍ଷୀୟ ନାବାଳକ ଜଣକ ପ୍ରଥମେ ନିଜ ମା-ବାପାଙ୍କୁ ଗୁଳିକରି ହତ୍ୟା କରିଥିଲା ପରେ ନିଜ ସାନ ଭଉଣୀକୁ ହତ୍ୟା କରିଥିଲା । ତେବେ ଏତିକିରେ ମନ ବୁଝିନଥିଲା ଘରେ ଥିବା ୨ଟି ପାଳିତ କୁକୁରଙ୍କୁ ବି ନିର୍ମମ ଭାବେ ଗୁଳିକରି ହତ୍ୟା କଲା । ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥା​‌ରେ ଶବଗୁଡିକ ପଡିଥିଲା । ଅପରାଧୀ ୧୫ ବର୍ଷୀୟ ନାବାଳକ ହତ୍ୟା କରିବା ପରେ ମୃତ ଦେହ ଗୁଡିକର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ।

ଅଭିଯୁକ୍ତ ଜଣକ ପ୍ରଥମେ ମା ଜାନା କୋଲବର୍ଣ୍ଣକୁ ଗୁଳିମାରିଥିଲା । ତେବେ ବଡ କଥା ହେଉଛି ସେହିଦିନ ନିଜ ମା’ ଙ୍କର ଜନ୍ମଦିନ ଥିଲା । ନାବାଳକ ଜଣକ ଏତେ ନିଷ୍ଠୁର କିଭଳି ହୋଇପାରିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛନ୍ତି । ଜାନା କୋଲବର୍ଣ୍ଣଙ୍କୁ ହତ୍ୟା କରିବା ପରେ ବାପା ଓ୍ବିଲିୟମ କୋଲବର୍ଣ୍ଣ ଏବଂ ପରେ ନିଜ ୧୩ ବର୍ଷର ସାନ ଭଉଣୀକୁ ଅତି ନିର୍ଦ୍ଦୟ ଭାବେ ଗୁଳିକରି ମାରିଥିଲା । ଘରେ ଥିବା ୨ଟି ପୋଷା କୁକୁରଙ୍କୁ ବି ଛାଡିନଥିଲା । ପରେ ସୋସିଆଲ ମିଡିଆରେ ମୃତଦେହଗୁଡିକର ଫଟୋ ପୋଷ୍ଟ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ।

ପୋଲିସ ଉକ୍ତ ଘରର ଠିକଣା ବାହା କରି ସେଠାରେ ପହଞ୍ଚିଥିଲା । ଅଭିଯୁକ୍ତଜଣକ ଘର ଭିତରେ ଗୋଟିଏ କୋଣରେ ଚୁପ୍‌ଚାପ ବସିରହିଥିଲା । ତେବେ ପୋଲିସ ଡାକିଥିଲେ ସୁଦ୍ଧା ସେ କବାଟ ଖୋଲିନଥିଲା । ଏହାରି ମଧ୍ୟରେ ଘର ଭିତରୁ ଆଉ ଏକ ଗୁଳି ଶବ୍ଦ ଶୁଣାଗଲା । ପରେ ସବୁକିଛି ଶାନ୍ତ ହୋଇଗଲା । ଅଭିଯୁକ୍ତଜଣକ ଶେଷରେ ନିଜକୁ ବି ଗୁଳିକରି ଆତ୍ମହତ୍ୟା କରିଦେଲା । ଏଭଳି ଜଘନ୍ୟ କାଣ୍ଡ କାହିଁକି ଏବଂ କେଉଁ ପରିସ୍ଥିତିରେ ଘଟିଲା ତାହା କହିବା ପାଇଁ ମଧ୍ୟ କେହି ବଞ୍ଚିଲେ ନାହିଁ । ପାଖ ପଡୋଶୀଙ୍କୁ ମଧ୍ୟ ଏ ବାବଦରେ କୌଣସି ସୁରାକ୍‌ ମିଳିନଥିଲା । ଅନୁମାନ କରାଯାଉଛି ଯେ, କୌଣସି କାରଣରୁ ଗଣ୍ଡଗୋଳ ହେବାରୁ ନାବାଳକଜଣକ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଭିଆଇଥିଲା । ପୋଲିସ ମୃତ ଦେହଗୁଡିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.