ନାବାଳିକାଙ୍କୁ ବନ୍ଧକ ରଖି ୬ଜଣ କଲେ ଗଣଦୁଷ୍କର୍ମ, ଛାତରୁ ଡେଇଁ ଗର୍ଭବତୀ ନାବାଳିକାଙ୍କ ଆତ୍ମହତ୍ୟା

Published By : Prameya-News7 Bureau | November 19, 2019 IST

ବ୍ୟାଙ୍କକ୍ ୧୯।୧୧: ନାବାଳିକାଙ୍କୁ ବନ୍ଧକ ରଖି ୬ଜଣ ଗଣଦୁଷ୍କର୍ମ କରିବା ପରେ ନାବାଳିକା ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ ରେ ଘଟିଛି ।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ନାବାଳିକା ଜଣଙ୍କ ତାଙ୍କ ବନ୍ଧୁଙ୍କୁ ମେସେଜ୍ କରିଥିଲେ । ମେସେଜରେ ସେ ଲେଖିଥିଲେ ଯେ, ‘ମୁଁ ଯାଉଛି, ମୁଁ ତୋତେ ବହୁତ ଭଲପାଏ’ । ନାବାଳିକା ଜଣଙ୍କ ପ୍ରାୟ ଏକ ମାସ ପୂର୍ବେ ଗର୍ଭବତୀ ହୋଇଥିଲେ ।

ନାବାଳିକା ଜଣଙ୍କ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ପୋଷ୍ଟ ମଧ୍ୟ କରିଥିଲ । ଗୋଟିଏ ପୋଷ୍ଟରେ ସେ ଲେଖିଥିଲେ ଯେ, ଯଦି ମୁଁ ଗର୍ଭବତୀ ହୋଇନଥାନ୍ତି ତେବେ ମୁଁ ପୂର୍ବରୁ ହିଁ ଏଭଳି ନିଷ୍ପତ୍ତି ନେଇସାରିଥାନ୍ତି ।

ନାବାଳିକାଙ୍କ ମା’ ଗଣଦୁଷ୍କର୍ମ ସମ୍ବନ୍ଧରେ ପୋଲିସକୁ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ, ୧୧ ନମ୍ଭେମ୍ବର ରାତିରେ ଏକ ଫ୍ଲାଟ୍ ରେ ବନ୍ଧକ ରଖିଥିଲେ । ସେଠାରେ ହିଁ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଝିଅକୁ ଆତ୍ମହତ୍ୟା କରିବାକୁ ବାରଣ ମଧ୍ୟ କରିଥିଲେ । ମାତ୍ର ଛାତରୁ ଡେଇଁ ଝିଅ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ମା’ କହିଛନ୍ତି ।

ପୋଲିସ ଅଧିକାରୀ ମଧ୍ୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଘଟଣାକୁ ସ୍ବୀକାର କରିଛନ୍ତି । ପୋଲିସ କହିଛି ଯେ, ଘଟଣାରେ ସଂପୃକ୍ତ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ନାବାଳିକା ଜଣଙ୍କ ଘଟଣାର ଦିନ ସନ୍ଦିଗ୍ଧଙ୍କୁ ଭେଟିବାକୁ ଯାଇଥିଲେ । ମାତ୍ର ସେ କଣ ପାଇଁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.