ଯୋଡ଼ା ଥାନା ଲହଡ଼ାରେ ୧୨ ବର୍ଷର ନାବାଳାକକୁ ଗଛରେ ବାନ୍ଧି ପିଟି ହତ୍ୟା ଘଟଣାର ପର୍ଦ୍ଦାଫାସ: ମୋବାଇଲ୍ ପାଇଁ ସାଙ୍ଗକୁ ହତ୍ୟା କରିଥିଲା ନବାଳକ ସାଙ୍ଗ

Published By : Prameya-News7 Bureau | December 20, 2018 IST

ଯୋଡା ୨୦|୧୨:  ଯୋଡ଼ା ଥାନା ଲହଡ଼ାରେ ୧୨ ବର୍ଷର ନାବାଳାକକୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ମୋବାଇଲ୍ ପାଇଁ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ । ଅପରାଧ ସ୍ବୀକାର କରିଥିବା ଅଭିଯୁକ୍ତ ନାବାଳକକୁ  ବାଳ ସୁଧାର ଗୃହକୁ ପଠାଯାଇଛି ।

ମୋବାଇଲ ପାଇଁ ମାରିଦେଲା । ସାଙ୍ଗ ନେଲା ସାଙ୍ଗର ଜୀବନ । କଅଁଳ ବୟସରେ ଘଟାଇଲା ଜଘନ୍ୟ କାଣ୍ଡ । କେନ୍ଦୁଝର ଯୋଡ଼ା  ଥାନା ଲହଣ୍ଡା ନାବାଳକ  ହତ୍ୟା ଘଟଣା ଉପରୁ ହଟିଛି ପରଦା । ୧୨ ବର୍ଷର ଚନ୍ଦନକୁ ହତ୍ୟା କରିଥିଲା ସାଙ୍ଗ । ଚନ୍ଦନ ପାଖରେ ଥିବା ମୋବାଇଲ୍ ଫୋନ୍ ହିଁ ଏହି ହତ୍ୟାର କାରଣ । ମୋବାଇଲ କୁ ଚନ୍ଦନ ତା ସାଙ୍ଗକୁ ଦେଖିବାକୁ କିମ୍ବା ଧରିବାକୁ ଦିଏ ନାହିଁ । ଆଉ ଏଇଥିରୁ ଅନେକ ସମୟରେ ଦୁଇ ଜଣ ପାଟିତୁଣ୍ଡ ମଧ୍ୟ ହୁଅନ୍ତି । ତେବେ ଏଇ ମୋବାଇଲ୍ ପାଇଁ ଚନ୍ଦନ ଆଜି ଆରପାରିରେ ।

ଚନ୍ଦନ ଉପରେ ରାଗ ଥିଲା । ଏଥିପାଇଁ ଅଭିଯୁକ୍ତ ସାଙ୍ଗ ତାକୁ ମାଂସ କିଣିବା ପାଇଁ କଳାପାହାଡ଼ ଗାଁକୁ ଡାକିନେଇଥିଲା । ଚନ୍ଦନକୁ ୪-୫ ଜଣ ଗଛରେ ବାନ୍ଧି ମାରପିଟି କରୁଛନ୍ତି ବୋଲି ତାଙ୍କ ଘରେ ଆସି ଜଣାଇଲା ଅପରାଧୀ ସାଙ୍ଗ । ପରିବାର ଲୋକେ ମୁର୍ମୁଷ ଅବସ୍ଥାରେ ଚନ୍ଦନକୁ ଉଦ୍ଧାର କରି ଡାକ୍ତରଖାନା ନେବା ବେଳେ ହିଁ ତାର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଯୋଡ଼ା ପୋଲିସ ଅଭିଯୁକ୍ତ ନାବାଳକର ଗଂଜିରେ ଚନ୍ଦନକୁ ବନ୍ଧାଯାଇଥିବା ଦେଖିଥିଲେ । ଏହା ପରେ ସନ୍ଦେହ ଘେରରେ ଥିଲା ସାଙ୍ଗ । ପୋଲିସ ତାକୁ ଅଟକ ରଖି ପଚରା ଉଚରା ପରେ ସବୁ ସତ ମାନିଯାଇଥିଲା ଅଭିଯୁକ୍ତ । ହତ୍ୟାକାରୀ ସାଙ୍ଗକୁ ବାଳ ସୁଧାର ଗୃହକୁ ପଠାଯାଇଛି…

ସାମାନ୍ୟ ମୋବାଇଲ୍ ଜୀବନ ନେଲା । ଆଉ ନିଜକୁ ବଞ୍ଚାଇବାକୁ ମନ ଗଢ଼ା କାହାଣୀ କହିଲା  ସାଂଗ। ହେଲେ ସନ୍ଦେହରୁ  ବର୍ତ୍ତିପାରିଲାନି ଅଭିଯୁକ୍ତ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.