ନାବାଳିକା ଅପହରଣର ୨ ମାସ ବିତିଲା, ଏତଲା ରଖି ଚୁପ୍ ବସିଛି ପୋଲିସ, ସେପଟେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଚି ନାବାଳିକା ଅପହରଣର ଭିଡିଓ

Published By : Prameya-News7 Bureau | December 10, 2018 IST

କନ୍ଧମାଳ୧୦\୧୨: ନାବାଳିକା ଅପହରଣକୁ ଦୁଇମାସ ବିତିଲାଣି। ହଲେ ଏତଲା ରଖି ଚୁପ୍ ବସିଛି ପୋଲିସ। ଏପଟେ ଅପହରଣକାରୀଙ୍କ ଭିଡିଓ ମଧ୍ୟ ଭାଇରାଲ ହେଲାଣି। ନାବାଳିକା ଝିଅକୁ ଖୋଜି ଖୋଜି ନପାଇ ପରିବାର ଲୋକେ ଏବେ ଚିନ୍ତାରେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ଗ୍ରାମରେ। 

ଅପହରଣର ଦୁଇମାସ ବିତିଯାଇଥିଲେ ମଧ୍ୟ ଖୋଜ୍ ଖବର ମିଳୁନି ନାବାଳିକାର। ଏଣେ, ମା' ଝିଅକୁ ଖୋଜିଖୋଜି ନିରାଶ ହେବା ପରେ ଫିରିଙ୍ଗିଆ ଥାନାରେ ଏତଲା ଦେଇଛି। ହଲେ ପୋଲିସ ଏତଲା ରଖି ଚୁପ୍ ବସିଛି।ନାବାଳିକା ଝିଅକୁ ଉଦ୍ଧାର କରିବା ଦିଗରେ ପୋଲିସ ଠୋସ୍ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତିନାବାଳିକାର ମା' ଓ ବଡମା। ଏଣେ, ପୋଲିସକୁ ପଚାରିଲେ ପୋଲିସ ଜମା ମୁହଁ ଖୋଲୁନି। ଏଭଳି ପରିସ୍ଥିତିରେ ନିଖୋଜ ନାବାଳିକାର ଉଦ୍ଧାର ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

{"id":62561}

ଗତ ଅକ୍ଟୋବର ୧୫ ତାରିଖରେ ନାବାଳିକା ଜଣକ ବାଲିଗୁଡା ଯାଉଛି କହି ଘରୁ ଯାଇ ଆଉ ଫେରିନି। ଗାଁର ଜଣେ ବିବାହିତ ଯୁବକ ସହ ଅନ୍ୟ ଜଣେ ଯୁବକ ଓ ଯୁବତୀ ମିଶି ନାବଳିକାକୁ ଅପହରଣ କରି ନେଉଥିବା ଦୃଶ୍ୟ ମଧ୍ୟ ମୋବାଇଲରୁ ମୋବାଇଲ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ରଂଜିତ ନାମକ ଜଣେ ବିବାହିତ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରି ଗ୍ରାମବାସୀଙ୍କୁ ଜଣାଇଥଲେ। ଏହାକୁ ନେଇ ଗାଁରେ ମିଟିଙ୍ଗ୍ ମଧ୍ୟ ବସିଥିଲା । ରଂଜିତର ପରିବାରକୁ ନାବାଳିକାକୁ୧୦ ଦିନ ମଧ୍ୟରେ ଫେରାଇ ଆଣିବା ଲାଗି କହିଥିଲା ଗ୍ରାମ କମିଟି । ହେଲେ ରଂଜିତର ପରିବାର ୧୦ ଦିନ ପରେବି ଝିଅକୁ ଫେରାଇ ନଆଣିବାରୁ ନାବାଳିକାର ମା' ଫିରିଙ୍ଗିଆ ଥାନାରେ ଗତ ୨ ତାରିଖରେ ଏତଲା ଦେଇଥିଲେ। 

wp:core-embed/youtube {"url":"https://www.youtube.com/watch?v=hl2j5GcdBT8\u0026t=84s","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=hl2j5GcdBT8&t=84s
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.