ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

Published By : Prameya-News7 Bureau | May 02, 2019 IST

ଭବାନୀପାଟଣା ୨|୫: କଳାହାଣ୍ଡି ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଚାନ୍ଦାହାଣ୍ଡି  କ୍ଷୁଦ୍ର ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଅଗ୍ରୱାଲ । ସେ ବସ୍ ଯୋଗେ ଭୁବନେଶ୍ବର ଯିବା ସମୟରେ ଭବାନୀପାଟଣା ବସ୍ ଷ୍ଟାଣ୍ଡରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । କୋରାପୁଟ ଭିଜିଲାନ୍ସ ଏସପି ହରେକୃଷ୍ଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହନନ୍ଦଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ଏହି ସମୟରେ ତାଙ୍କଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

{"id":109849,"align":"center","width":368,"height":486}

ଜବତ ଟଙ୍କା ସମ୍ବନ୍ଧରେ ଭିଜିଲାନ୍ସ ବିଭାଗ ସନ୍ତୋଷଜନକ ଉତ୍ତର ନପାଇବାରୁ ସହକାରୀ ଯନ୍ତ୍ରୀଙ୍କ ବଲାଙ୍ଗୀର ଜିଲ୍ଲା ସ୍ଥିତ ଟିକରାପଡା ବାସଭବନ, ଚନ୍ଦାହାଣ୍ଡି ସରକାରୀ କାର୍ଯ୍ୟାଳୟ ଓ ଉମରକୋଟ ସ୍ଥିତ ଭଡା ଘରେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ତାଙ୍କର ଦୁଇ ଗୋଟି କାର୍ ଥିବାବେଳେ ରାୟପୁରରେ ଗୋଟିଏ ଘର ଏବଂ ଭୁବନେଶ୍ବରରେ ଗୋଟିଏ ଘର ରହିଥିବା ଜଣାପଡିଛି । କଳାହାଣ୍ଡି ବିଭାଗ ଦ୍ଵାରା ଜୟପୁର ଭିଜିଲାନ୍ସକୁ ତାଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହନନ୍ଦ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.