Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଦେହରେ କିରୋସିନ ଢାଳି ନାବାଳିକାଙ୍କ ଆତ୍ମହତ୍ୟା : ବିବାହିତ ପୁରୁଷ ସହ ଥିଲା ପ୍ରେମ ସମ୍ପର୍କ

7/06/2019 at 7:13 PM

ରାଉରକେଲା ୭/୬ : ପ୍ରେମ ପାଇଁ ଜୀବନ ହାରିଲା ୧୫ ବର୍ଷୀୟ ନାବାଳିକା । ଅଘଟଣ ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ବଗୋଦା ବସ୍ତିରେ । ନିଜ ଦେହରେ ନିଆଁ ଢ଼।ଳି ଜୀବନ ହରିଚନ୍ତି ନାବାଳିକା । ସେହି ବସ୍ତିର ବିବାହିତ ପୁରୁଷ ଦୁଇ ଦୁଇଟି ଛୁଆର ବାପା ସହ ପ୍ରେମ ସଂପର୍କ ଗଢ଼ିଉଠିଥିଲା ନାବାଳିକାଙ୍କର । ବିବାହିତ ଯୁବକର ନାଁ ସନ୍ତୁ ଗୋପ ।

ଏହି ପ୍ରେମ ସଂପର୍କ କଥା ବିବାହିତ ଯୁବକ ସନ୍ତୁ ଗୋପର ସ୍ତ୍ରୀ ମାଳିତୀ ଗୋପ ଜାଣିବା ପରେ ଗତକାଲି ନାବାଳିକାଙ୍କ ଘରକୁ ଯାଇ ଗାଁ ଦାଣ୍ଡରେ ନାବାଳିକାକୁ ଉଲଗ୍ନ କରି ମାଡ଼ ମାରିଥିଲା ମାଳତୀ ଗୋପ । ମାଡ଼ ଖାଇ ଲୋକଲଜ୍ୟା ସହିନପାରି ଦେହରେ କିରୋସିନି ଢ଼।ଳି ଆତ୍ମହତ୍ୟା କରିଛନ୍ତି ନାବାଳିକା । ଗୁରୁତର ଅବସ୍ଥାରେ ନାବାଳିକାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଆଜି ଅପରାହ୍ନରେ ନାବାଳିକାର ମୃତ୍ୟୁ ଘଟିଛି । ନାବାଳିକାଙ୍କ ମୃତ୍ୟୁ ପରେ ବସ୍ତିରେ ଉତ୍ତେଜନା ଦେଖାଦେଇଛି । ନାବାଳିକା ଆତ୍ମହତ୍ୟା ପ୍ରତିବାଦରେ ବସ୍ତିଲୋକେ ପ୍ରେମିକ ସନ୍ତୁ ଗୋପ ଓ ତା ପତ୍ନୀ ମାଳିତୀ ଗୋପକୁ ଗିରଫ ଦାବିରେ ବନ୍ଧମୁଣ୍ଡା ଥାନାରେ ଧାରଣାରେ ବସିଛନ୍ତି ।ନାବାଳିକାର ଶବକୁ ରାଉରକଲୋ ସରକାରୀ ଡ଼।କ୍ତରଖାନା ଶବଗୃହରେ ରଖାଯାଇଛି । ଆସନ୍ତାକାଲି ନାବାଳିକାଙ୍କ ଶବ ବ୍ୟବଛେଦ କରାଯିବ । ବସ୍ତିବାସିନ୍ଦାଙ୍କ ଦାବିକୁ ବନ୍ଧମୁଣ୍ଡା ପୋଲିସ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପଦକ୍ଷେପ ନେଉଛି ।

   Related Posts