ଖୋର୍ଦ୍ଧାରୁ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | September 14, 2018 IST

ଖୋର୍ଦ୍ଧା ୧୪/୯ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ଗ୍ରାମର ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକର ମୃତ୍ୟୁକୁ ନେଇ ସନ୍ଦେହରେ ଅଛନ୍ତି ପରିବାର ଲୋକେ । ନାବାଳକର ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ନାବାଳକକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ଭୂବନେଶ୍ବରରେ ରୁହନ୍ତି । ନାବାଳକ ନିଜ ଗ୍ରାମ ପରିଛଳ କୁ ବୁଲିବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଛି । ମୃତକଙ୍କ ପରିବାର ପକ୍ଷରୁ ଉପଯୁକ୍ତ ତଦନ୍ତ ପାଇଁ ଦାବି କରାଯାଇଛି । ବେଗୁନିଆ ପୋଲିସ୍ ଘଟଣାସ୍ଥଳରେ ପହଂଚି ନାବାଳକର ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.