ଭଦ୍ରକ ୧୯/୧: ନାବାଳିକାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖାଯାଇଛି । ୧୫ ତାରିଖରୁ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ପାଣିରେ ଭାସୁଥିବା ମୃତ ନାବାଳିକାଙ୍କ ଘର ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରମ୍ବିଳା ଗାଁର ବୋଲି ସୂଚନା ମିଳିଛି ।
{"id":213403,"width":589,"height":334,"sizeSlug":"large"}ଗତ ୧୫ ତାରିଖରୁ ନାବାଳିକା ନିଖୋଜ ଥିବା ନେଇ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ। ଆଜି କିଛି ଲୋକେ ଏକ ପାଣି ଭର୍ତ୍ତି ଖାଲରେ ମୃତଦେହ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ । ମୃତ ନାବାଳିକାଙ୍କ ଜୋତା ଓ ମନିପର୍ସ ଏକ ବୁଦାମୂଳରେ ପଡିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।
{"id":213404,"width":588,"height":333,"sizeSlug":"large"}