ନାବାଳିକାଙ୍କୁ ଅପହରଣ କରିନେଇ ଅନ୍ୟ ଜିଲ୍ଲାରେ ଦେହ ବ୍ୟବସାୟରେ ଲଗାଇଥିଲେ ପଡୋଶୀ ଦମ୍ପତ୍ତି, ପୋଲିସ କଲା ଉଦ୍ଧାର

Published By : Prameya-News7 Bureau | July 05, 2019 IST

କେନ୍ଦ୍ରାପଡ଼ା ୫|୭: କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ। ତାଳଚୁଆ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ନାବାଳିକାକୁ ପଡ଼ୋଶୀ ଅପହରଣ କରି ଜିଲ୍ଲା ବାହାରେ ଦେହବ୍ୟବସାୟରେ ଲଗାଉଥିଲେ ।କୌଶଳ କ୍ରମେ ନାବାଳିକା ସ୍ଥାନୀୟ ଲୋକଙ୍କ ସହାୟତାରେ ଘରକୁ ଜଣାଇବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିଛି।

ମାରାତ୍ମକ ପଡ଼ୋଶୀ । ନାବାଳିକା ଉପରେ ପଡ଼ୋଶୀଙ୍କର ଲୋଲୁପ ଆଖି । ପ୍ରଥମେ ଅପହରଣ ଆଉ ତାପରେ ଦେହବ୍ୟବସାୟରେ ନାବାଳିକାକୁ ଲଗାଇଲେ ପଡ଼ୋଶୀ ସ୍ବାମୀ ସ୍ତ୍ରୀ । ଏଭଳି ଜଘନ୍ୟ ଘଟଣା ଘଟିଛି ରାଜନଗର ତାଳଚୁଆ ଅଞ୍ଚଳରେ । ଗତ ୩୦ ତାରିଖରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ। ଏନେଇ ନାବାଳିକାଙ୍କ ବାପା ତାଳଚୁଆ ଥାନାରେ ଅଭିଯୋଗ କରିଥିଲେ। ଝିଅକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ୫ ଦିନ ପରେ ହଠାତ୍ ଝିଅର ଫୋନ ଆସିଥିଲା । ଝିଅଠାରୁ ସୂଚନା ପାଇଁ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନେତୃତରେ ଏକ ଟିମ ନାବାଳିକାଙ୍କୁ ବାଲେଶ୍ବରରୁ ଉଦ୍ଧାର କରିଛି।

{"id":130760}

ଉଦ୍ଧାର ପାଇବା ପରେ ନାବାଳିକା ଜଣଙ୍କ ଯେଉଁ ବୟାନ ରଖିଛନ୍ତି ତାହା ତାଜୁବ କରିବ । ନାବାଳିକାଙ୍କ କହିବା ଅନୁସାରେ ତାଙ୍କ ପଡୋଶୀ କବିତା ସିଂ ତାଙ୍କ ଦ୍ବିତୀୟ ସ୍ବାମୀ ଧୃବ ଚରଣ ସିଂଙ୍କ  ସହାୟତାରେ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇ ବାଲେଶ୍ବରରେ ଏକ ଭଡ଼ା ଘରେ ରଖିଥିଲେ। ଧୃବଚରଣ ନାବାଳିକା ସହିତ ଶାରୀରିକ ସଂମ୍ପର୍କ ରଖିବା ସହ ଦେହ ବ୍ୟବସାୟରେ ଲିପ୍ତ କରିବାକୁ ବାଧ୍ୟ କରିଥିଲେ। ତେବେ କୌଶଳ କ୍ରମେ ଝରକା ଫାଙ୍କରେ ନାବାଳିକା ଜଣଙ୍କ ସହାୟତା ପାଇଁ ଚିତ୍କାର କରିଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ନିଜ ପରିବାରକୁ ଫୋନ କରି ଜଣାଇଥିଲେ । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସଂମ୍ପୃକ୍ତ ମହିଳା ଓ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ବିପଦ ସମୟରେ ସାଇ ପଡ଼ିଶା ଲୋକେ ହିଁ ପ୍ରଥମେ ଧାଇଁ ଆସନ୍ତି ସହାୟତା ପାଇଁ । ହେଲେ ସେଇ ପଡ଼ିଶା ଲୋକଙ୍କର ଯଦି ଲୋଲୁପ ଦୃଷ୍ଟିରହେ ଝିଅ ବୋହୂଙ୍କ ଉପରେ, ଏଥିପାଇଁ ସତର୍କତା ହିଁ ଏକମାତ୍ର ରାସ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.