ଚପଲ କିଣି ନ ଦେବାରୁ ନାବାଳିକାଙ୍କ ଆତ୍ମହତ୍ୟା

Published By : Prameya-News7 Bureau | April 21, 2019 IST

କଳାହାଣ୍ଡି ୨୧/୪: ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡର  ମହାଦେବ ପଡାର କେସନ ନାଏକଙ୍କ ଝିଅ ରୋହିଣୀ ନାଏକ(୧୩)ଗତ ରାତିରେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ କାଲି ସନ୍ଧ୍ୟା ୭.୩୦ ସମୟରେ ଲାଞ୍ଜିଗଡ ସ୍ଥିତ ମହାଦେବ ପଡାର  କେସନ ନାଏକଙ୍କ ଝିଅ ରୋହିଣୀ ନାଏକ ମା' କମଳିନୀ ନାଏକ ଓ ବାପା କେସନଙ୍କୁ ଚପଲ କିଣି ଦେବାପାଇଁ କହିଥିଲେ। ଅଧିକା ଦାମ୍ ଚପଲ ବଦଳରେ କମ ଦାମ ଚପଲ କିଣିବା ପାଇଁ ବାପା ମା' କହିଥିଲେ । ଝିଅ ମାନି ନ ଥିଲା ଯାହା ଫଳରେ ବାପା ମା ସାମାନ୍ୟ ଗାଳି କରିଥିଲେ।ଏହା ପରେ ବାପା ଘର ବାହାରକୁ ଚାଲି ଯାଇଥିଲେ ।ଏହି ସମୟରେ ମା' ଝିଅକୁ ରୋଷେଇ କରିବା ପାଇଁ କହିଥିଲେ।  ଚପଲ କିଣା କଥାକୁ ନେଇ ଝିଅ ନିଜ ଘର ବାଡ଼ି ପଟେ ଯାଇ ଲେଟରିଂ ଘର ସାମ୍ନାରେ ଥିବା କାଠରେ ନିଜ ଓଡ଼ଣି ଦ୍ବାରା ବେକରେ ଲଗେଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।

ପରେ ସାନଭାଇ ଚନ୍ଦ୍ରକାନ୍ତ ନାଏକ ବାଡ଼ି ପଟକୁ ପରିସ୍ରା କରିବାକୁ ଯାଇଥିବାବେଳେ ନିଜ ଭଉଣୀ ଆତ୍ମହତ୍ୟା କରିଥିବା ଦେଖି ବାପା ମା'ଙ୍କୁ ଡାକିଥିଲେ।ସାଙ୍ଗେ ସାଙ୍ଗେ ଝିଅକୁ ଧରି ଲାଞ୍ଜିଗଡ ସରକାରୀ ଡାକ୍ତରଖାନାକୁ ଆଣି ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ସକାଳେ ଝିଅର ବାପା ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶଵ ବ୍ୟବଚ୍ଚେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଛି ଏବଂ ଏନେଇ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.