ନ୍ୟାୟ ଦେଇ ପାରିଲାନି ପୋଲିସ, ନିରାଶ ହୋଇ ଆତ୍ମହତ୍ୟା କଲେ ନାବାଳିକା

Published By : Prameya-News7 Bureau | July 30, 2020 IST

ଢେଙ୍କାନାଳ, ୩୦|୦୭ : ପୋଲିସ ଶୁଣିଲାନି । ଅସଦାଚରଣର ଶିକାର ନାବାଳିକା ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଲେନି ଖାକି ବାବୁ । ଶେଷର ନିରୁପାୟ ହୋଇ ଆତ୍ମହତ୍ୟା କଲେ ନାବାଳିକା । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଢ଼େଙ୍କାନାଳ ସଦର ଥାନା ଦିନବନ୍ଧୁପୁର ଗାଁରୁ ।

ସୂଚନାନୁସାରେ, ଜିଲ୍ଲାର ଦିନବନ୍ଧୁପୁରର ଜଣେ ଯୁବକ ଜୈନିକା ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲା ।  ଅସଦାଚରଣର ଶିକାର ହୋଇଥିବା ଜଣେ ୧୭ବର୍ଷୀୟା ନାବାଳିକା ନ୍ୟାୟ ପାଇଁ  ପ୍ରଥମେ ଗାଁ ସଭା ଓ ପରେ ପୋଲିସ୍‌କୁ ଗୁହାରି କରିଥିଲେ । କିନ୍ତୁ ପୋଲିସ ଅଭିଯୁକ୍ତକୁ ଥାନାକୁ ଡାକି ମାମଲା ରଫାଦଫା କରିଦେଇଥିଲା । ପୋଲିସର ଢ଼ିଲା ଆକ୍ସନର ସୁଯୋଗ ନେଇ ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ପୁଣି ସଂପୃକ୍ତ ନାବାଳିକାକୁ ଅସଦାଚରଣ କରିଥିଲା । ଫଳରେ  କୌଣସି ସ୍ଥାନରୁରୁ ନ୍ୟାୟ ନପାଇ ଶେଷରେ ନିରାଶ ହୋଇଯାଇଥିଲେ ନାବାଳିକା । ତେଣୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.