Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନାବାଳିକା ଝିଅ ସହ ଦୁଷ୍କର୍ମ କରୁଥିଲା ପିଶାଚ ପିତା: ଇଜ୍ଜତ ବଞ୍ଚାଇବାକୁ ଅନ୍ୟ ଗାଁ ଯିବାରୁ ପଡୋଶୀ ଯୁବକ ବି କଲା ଶିକାର

15/04/2021 at 4:30 PM

ଯୋଧପୁର ୧୫/୦୪ : ରାଜସ୍ଥା ଯୋଧପୁର ଜିଲ୍ଲାରେ ଜଣେ ପିଶାଚ ପିତାର ଘୃଣ୍ୟ କାରନାମା ସାମ୍ନାକୁ ଆସିଛି। ମର୍ଯ୍ୟାଦାର ସବୁ ସୀମା ଲଙ୍ଘି ଜଣେ ପିତା ନିଜ ନାବାଳିକା ଝିଅ ସହ ଅନେକଥର ଦୁଷ୍କର୍ମ କରିବା ସହ ଝିଅର ନାକକୁ ମଧ୍ୟ କାମୁଡି ଦେଇଛି। ପିଶାଚ ପିତାରୁ ଝିଅକୁ ରକ୍ଷା କରିବାକୁ ଝିଅର ଜେଜେବାପା ତାଙ୍କୁ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ବି ନିସ୍ତାର ମିଳିଲାନି। ସେଠାରେ ଜଣେ ପଡୋଶୀ ଯୁବକ ନାବାଳିକାକୁ ଶିକାର କରିଥିଲା।   

ଅଭିଯୁକ୍ତ ଯୁବକ ନାବାଳିକାକୁ ନିଶା ବଟିକା ଦେଇ ୨୮ ଦିନ ଯାଏଁ ଦୁଷ୍କର୍ମ କରିଥିଲା। ମାମଲାର ଖୁଲାସା ହେବାପରେ ନାବାଳିକାକୁ ଯୋଧପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ନାବାଳିକାର ନାକ ସର୍ଜରୀ କରାଯାଇଛି। ପୋଲିସ ଅଭିଯୁକ୍ତ ପିତାକୁ ଗିରଫ କରିଛି ଓ ଅଭିଯୁକ୍ତ ଯୁବକକୁ ଖୋଜୁଛି।

ମାମଲା ଯୋଧପୁର ଲୁଣି ଥାନା ଅଞ୍ଚଳର। ଅଭିଯୁକ୍ତ ପିତା ନିଜର ୧୫ ବର୍ଷୀୟ ନାବାଳିକା ଝିଅକୁ ଗତ ଦୁଇ ବର୍ଷ ହେଲା ଯୌନ ଶୋଷଣ କରୁଥିଲା। ସେ ମାରପିଟ୍ ମଧ୍ୟ କରୁଥିଲା। ପୁଅର ଏହି ପିଶାଚ ଗୁଣ ଯୋଗୁଁ ନାବାଳିକାଙ୍କ ଜେଜେବାପା ତାଙ୍କୁ ରକ୍ଷା କରିବାକୁ ପାଖ ଗାଁରେ ଏକ ଘର ନେଇ ରଖିଥିଲେ। ସେଠାରେ ମଧ୍ୟ ନାବାଳିକାଙ୍କୁ ନିସ୍ତାର ମିଳିଲାନି। ନାବାଳିକାଙ୍କ ଉପରେ ପଡୋଶୀ ଯୁବକର ନଜର ଥିଲା। ସେ ନାବାଳିକାଙ୍କୁ ନିଶା ବଟିକା ଦେଇ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ସେ ୨୮ ଦିନ ଯାଏଁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ନାବାଳିକା କୌଣସି ପ୍ରକାର ସେଠାରୁ ଖସି ନିଜ ଘରକୁ ଫେରି ଆସିଥିଲେ। ଫେରିବା ପରେ ତାଙ୍କ ପିତା ମାରପିଟ୍ କରି ନାବାଳିକାଙ୍କ ନାକକୁ କାମୁଡି ଦେଇଥିଲେ। ପୀଡିତା ନିଜ ଜେଜେମାଙ୍କୁ ସବୁ କଥା କହିଥିଲେ। ଏହାପରେ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା।

ହସ୍ପିଟାଲରେ ପୀଡିତାଙ୍କୁ ଦେଖା କରିବାକୁ କିଛି ଲୋକ ଆସିଥିଲେ ଓ ସେମାନେ ପୀଡିତା ଓ ତାଙ୍କ ଜେଜେବାପାଙ୍କୁ ପାଟି ଚୁପ କରିବାକୁ ଧମକ ଦେଇଛନ୍ତି। ପୀଡିତାଙ୍କ କହିବାନୁଯାୟୀ, ତାଙ୍କୁ ୩ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ଙ୍କ ମୃତ୍ୟୁ ପରେ ପିତା ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ। ୧୩ ବର୍ଷ ହେବାପରେ ପିତା ତାଙ୍କ ସହ ଅସଦାଚରଣ କରିଥିଲା।

   Related Posts