ନିଶା ପାନୀୟ ପିଆଇ ନାବାଳିକା ସହ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍, ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 06, 2020 IST

ମେରଠ ୦୬/୧୦ : ମେରଠ ସିଭିଲ ଲାଇନ ଥାନା ଅନ୍ତର୍ଗତ ସୁଭାଷ ନଗର ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଦୁଇଥର ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ଲଜ୍ଜାଜନକ ଘଟଣା ଘଟାଇଥିବା ଅଭିଯୁକ୍ତମାନେ ନାବାଳିକା ସହ ଦୁଷ୍କର୍ମର ଭିଡିଓ ରେକର୍ଡ କରି ତାକୁ ଭାଇରାଲ କରିଥିଲେ। ପୋଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଗିରଫ କରିଛି।

ଉତ୍ତର ପ୍ରଦେଶ ହାଥରସ କାଣ୍ଡକୁ ନେଇ ସାରା ଦେଶରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଅପରପକ୍ଷରେ ମେରଠରେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧ ଥମିବାର ନାଁ ନେଉନାହିଁ। ମେରଠ ସୁଭାଷ ନଗର ଅଞ୍ଚଳରେ ଦୁଇଜଣ ଯୁବକ ଜଣେ ନାବାଳିକା ସହ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରିଛନ୍ତି। ଜଣେ ଛାତ୍ରୀଙ୍କୁ ନିଶା ପାନୀୟ ପିଆଇ ଦୁଷ୍କର୍ମ କରିଥିଲା ଓ ଅନ୍ୟ ଜଣେ ଯୁବକ ଏହାର ଭିଡିଓ ରେକର୍ଡ କରିଥିଲା। ମାମଲାରେ ସିଭିଲ ଥାନା ଅଧିକାରୀ ଅବଦୁଲ ରହମାନ କହିଛନ୍ତି ଯେ ରବିବାର ବିଳମ୍ବିତ ରାତିରେ ପୀଡିତାଙ୍କ ପରିଜନ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲେ। ମାମଲା ରୁଜ୍ଜୁ ପରେ ପୋଲିସ ଅଭିଯୁକ୍ତ ଅକ୍ଷୟ ଓ ସୌରଭକୁ ଗିରଫ କରିଛି।

ଅଭିଯୁକ୍ତ ଅକ୍ଷୟ ୧୫ ବର୍ଷୀୟ ନାବାଳିକାଙ୍କୁ ନିଶା ପାନୀୟ ପିଆଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୌରଭ ଘଟଣାର ଭିଡିଓ ରେକର୍ଡ କରି ଭାଇରାଲ କରିବାକୁ ଧମକ ଦେଇଥିଲା। ଏହାପରେ ସୌରଭ ମଧ୍ୟ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲା। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ପରିଜନ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ପୀଡିତାଙ୍କ ମେଡିକାଲ ଯାଞ୍ଚ କରାଯାଇଥିଲା। ସୋମବାର ଦିନ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.