Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଉତ୍ତର ପ୍ରଦେଶରେ ବଢିଚାଲିଛି ଅପରାଧ: ପ୍ରତି ୫ ଘଣ୍ଟାରେ ଜଣେ ନାବାଳିକା ସହ ଦୁଷ୍କର୍ମ ଓ ୨ ଘଣ୍ଟାରେ ଜଣକର ଅପହରଣ

2/10/2020 at 3:08 PM

ଲକ୍ଷ୍ନୌର୍ ୦୨/୧୦ : ଉତ୍ତର ପ୍ରଦେଶ ହାଥରସ, ବଳରାମପୁର, ବୁଲନ୍ଦସହର ଓ ଭଦୋହିରେ ଭୟାବହ ଘଟଣା ଘଟିଛି । ଉତ୍ତର ପ୍ରଦେଶରେ ବିଗତ ୫୭ ବର୍ଷରେ ନାବାଳିକା ଶିଶୁଙ୍କ ସହ ହୃଦୟ ବିଦାରକ ଘଟଣା ଘଟିଛି । ଉତ୍ତର ପ୍ରଦେଶ ବିଧାନସଭାରେ ନାବାଳିକା ଶିଶୁଙ୍କ ସହ ହୋଇଥିବା ଅପରାଧ ସଂଖ୍ୟା ଦର୍ଶାଉଛି ଯେ ରାଜ୍ୟରେ ୫ ଘଣ୍ଟାରେ ଜଣେ ନାବାଳିକା ସହ ଦୁଷ୍କର୍ମ ହେଉଛି । ଏହାସହ ପ୍ରତି ୨ ଘଣ୍ଟାରେ ଜଣେ ନାବାଳିକାକୁ ଅପହରଣ କରାଯାଉଛି । କେବଳ ସେତିକି ନୁହେଁ ପ୍ରତି ଦୁଇ ଦିନରେ ଜଣେ ଶିଶୁକୁ ହତ୍ୟା ମଧ୍ୟ କରାଯାଉଛି ।

ତେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଅପରାଧ ରୋକିବାକୁ ଲଗାତାର ଉଦ୍ୟମ କରୁଛନ୍ତି ଏବଂ ନାନା ନିୟମ ଲାଗୁ କରୁଛନ୍ତି । ରାଜ୍ୟରେ ଡଜନରୁ ଅଧିକ ଏନକାଉଣ୍ଟର ହୋଇସାରିଛି । ତଥାପି ଅପରାଧକୁ ଲଗାମ ଲାଗୁନି । 

୨୦୧୯ ଡିସେମ୍ବର ୧୭ ତାରିଖରେ ବିଧାନସଭା ଅଧିବେଶନ ସମୟରେ ରାଜ୍ୟରେ ଶିଶୁଙ୍କ ସହ ହେଉଥିବା ଅପରାଧ ପ୍ରସଙ୍ଗ ଉଠାଯାଇଥିଲା । ବିଧାୟକ ସୁଷମା ପଟେଲ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ସୁଷମା ପଟେଲ ଉଠାଇଥିବା ପ୍ରଶ୍ନର ଜବାବରେ ରାଜ୍ୟ ସରକାର ଶିଶୁଙ୍କ ସହ ହୋଇଥିବା ଅପରାଧର ତାଲିକା ଦେଇଥିଲେ ।

ତାଲିକା ଅନୁଯାୟୀ ରାଜ୍ୟରେ ୨୦୧୫ ଜାନୁଆରୀ ୧ ତାରିଖରୁ ୨୦୧୯ ଅକ୍ଟୋବର ସୁଦ୍ଧା ୧୮ ବର୍ଷରୁ କମ ଶିଶୁ ଓ ନାବାଳିକାଙ୍କ ୨୫ ହଜାର ୬୧୫ ଅପହରଣ ମାମଲା, ୯ ହଜାର ୭୦୩ ଦୁଷ୍କର୍ମ ମାମଲା ରେକର୍ଡ ହୋଇଥିଲା। ତାଲିକା ଅନୁଯାୟୀ ୯୮୮ ଶିଶୁଙ୍କ ହତ୍ୟା ମଧ୍ୟ ହୋଇଛି। ଏହି ତାଲିକା ରାଜ୍ୟ ସରକାରଙ୍କ ଦ୍ୱାରା ପେଶ କରାଯାଇଥିଲା ।

ଏତେ ସଂଖ୍ୟାରେ ଅପରାଧ ହୋଇଥିବା ସତ୍ତ୍ୱେ ମାମଲା କୋର୍ଟରେ ପହଞ୍ଚିବା ପରେ ପାଖାପାଖି ୨ ହଜାର ଅପରାଧୀଙ୍କୁ ଦଣ୍ଡ ମିଳିଛି । ଦୁଷ୍କର୍ମ ମାମଲାରେ ୧୧୦୫, ଅପହରଣ ମାମଲାରେ ୭୮୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୧୮୯ ଦୁଷ୍କର୍ମ ମାମଲା ଓ ୧୭୦୪ ଅପହରଣ ମାମଲାର ତଦନ୍ତ ଚାଲିଛି । ବାକି ମାମଲାର କଣ ହୋଇଛି ତାର ତଥ୍ୟ ବିଧାନସଭାରେ ରଖାଯାଇନଥିଲା ।

   Related Posts