ଆଶା ଛାଡିଦେଇଥିଲେ ବାପା, କିନ୍ତୁ ନିଖୋଜ ହେବାର ବର୍ଷେ ପରେ ଉଦ୍ଧାର ହେଲେ ନାବାଳିକା

Published By : Prameya-News7 Bureau | June 10, 2020 IST

ରାଉରକେଲା ୧୦।୬: ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା କୁମକେଲା ଗାଁର ୧୬ ବର୍ଷ ବୟସ୍କ ନାବାଳିକା ଏକ ବର୍ଷ ତଳେ ନିକଟ ଗାଁ ଚନ୍ଦ୍ରପୁରକୁ ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରିବା ବେଳେ ନିଖୋଜ ହୋଇଯାଇଥିଲା । ନାବାଳିକା ନିଖୋଜ ହେବାପରେ ବାପା ଅନେକ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା । ଏ ନେଇ ନାବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିନଥିଲେ । ଶେଷରେ ଝିଅକୁ ପାଇବା ଆଶା ଛାଡିଦେଇଥିଲେ ।

{"id":283861,"sizeSlug":"large"}

କିନ୍ତୁ ୪ ଦିନ ତଳେ ନାବାଳିକାଙ୍କ ବାପାଙ୍କ ନିକଟରେ ପହଞ୍ଚିଥିଲା ସୁନ୍ଦରଗଡ ଚାନ୍ଦିପୋଷ ପୋଲିସ । ନିଖୋଜ ନାବାଳିକା ମିଳିଥିବାର ଖବର ଦେବା ସହ ନିଖୋଜ ନାବାଳିକାଙ୍କ ଫଟୋ ବାପାଙ୍କୁ ଦେଖାଇବାରୁ ସେ ନିଜ ଝିଅକୁ ଚିହ୍ନି ପାରିଥିଲେ ।

{"id":283862,"sizeSlug":"large"}

ଖୋର୍ଦ୍ଧା ଜିଲ୍ଲା ସିଡବ୍ଲୁସି ନିଖୋଜ ନାବାଳିକାଙ୍କୁ ଉଦ୍ଧାର  କରିବା ସହ ବୟାନ ରେକର୍ଡ କରିବା ପରେ  ନିଜ ହେପାଜତରେ ଏକ ସେଲଟର ହୋମରେ ରଖାଯାଇଛି । ସଂପୃକ୍ତ ନାବାଳିକାଙ୍କୁ ରାଉରକେଲା ଆଣିବା ପାଇଁ ବ୍ୟବସ୍ଥା ଚାଲିଛି । ଖୋର୍ଦ୍ଧା ଜିଲ୍ଲା  ସିଡବ୍ଲୁସି  ସୁନ୍ଦରଗଡ଼ ଜିଲ୍ଲା ସିଡବ୍ଲୁସି ସହ ଯୋଗାଯୋଗ କରିସାରିଛି । 

{"id":283863,"sizeSlug":"large"}

ନାବାଳିକାଙ୍କ ନିଖୋଜ ନେଇ ସୁନ୍ଦରଗଡ଼ ସିଡବ୍ଲୁସି ଅଧ୍ୟକ୍ଷ କହିଛନ୍ତି ନିଖୋଜ ନାବାଳିକା ଆସି ରାଉରକେଲାରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହେବ । କେଉଁ ପରିସ୍ଥିତିରେ ନାବାଳିକା ନିଖୋଜ ହୋଇଥିଲେ ନିଖୋଜ ପଛର କଣ କାରଣ ରହିଛି । ଯଦି କୌଣସି ପ୍ରଲୋଭନ ଦେଖାଇ କିମ୍ବା ନାବାଳିକାଙ୍କୁ ଖରାପ ଉଦ୍ଦେଶ୍ୟରେ ଅପହରଣ କରାଯାଇଥାଏ ତାହେଲେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.