ମୁମୂର୍ଷୁ ଅବସ୍ଥାରେ ନାଳ କଡରୁ ନାବାଳିକା ଉଦ୍ଧାର, ଦୁଷ୍କର୍ମ ପରେ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ସନ୍ଦେହ

Published By : Prameya-News7 Bureau | March 03, 2021 IST

କରଞ୍ଜିଆ ୩।୩: ମୁମୂର୍ଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।  ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଫିଙ୍ଗିଦେଇ ଯାଇଥିବା ସନ୍ଦେହ କରାଯାଉଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢ଼େଇଭୋଳ ନିକଟଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ  କଡରେ ଥିବା ଏକ ନାଳ ନିକଟରେ ୭/୮ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।  କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବାପରେ  ମୁମୂର୍ଷୁ ଅବସ୍ଥାରେ ଛାଡି ପଳାଇଥିବା ପୋଲିସ ସନ୍ଦେହ କରୁଛି ।  ପାରିପାର୍ଶ୍ବିକ ସ୍ଥିତିରୁ ଏହା ଦୁଷ୍କର୍ମ ହୋଇଥିବା ଅନୁମାନ କରୁଥିଲେ ବି ପ୍ରକୃତ ଘଟଣା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ତେବେ ଘଟଣାସ୍ଥଳରୁ ପୋଲିସ ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି  ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସା କରୁଛି। ନାବାଳିକା ଜଣଙ୍କ କଥା କହିପାରୁ ନଥିବାରୁ ବର୍ତ୍ତମାନ ସୁଦ୍ଧା ନାବାଳିକାଙ୍କ ପରିଚୟ ମିଳି ନ ପାରିବା ସହ ପ୍ରକୃତ ଘଟଣା ସାମ୍ନାକୁ ଆସି ପାରି ନାହିଁ । ତେବେ ଏ ନେଇ କରଞ୍ଜିଆ ପୋଲିସ  ଅଧିକ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.