ନାବାଳକଙ୍କୁ ଆକ୍ରମଣ କରି ଫିଙ୍ଗିଦେଲେ ବିଲରେ, ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | September 29, 2021 IST

ରାଉରକେଲା ୨୯।୯: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସୋଲ ଗ୍ରାମରେ ଅଭାବନୀୟ ଘଟଣା । ୬ ବର୍ଷର ବାଳକକୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ବିଲକୁ ଫୋପାଡି ଦେଇ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କୁଚିଣ୍ଡା ଓ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋଲ ଗ୍ରାମର ଦିଲ୍ଲୀପ ଦର୍କାଙ୍କ ପୁଅ ସୁଗମ ଦର୍କା ସାଙ୍ଗ ମାନଙ୍କ ସହିତ ଖେଳିବାକୁ ଯାଇଥିଲା । ସନ୍ଧ୍ୟା ସୁଦ୍ଧା ଘରକୁ ନ ଆସିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ନପାଇବାରୁ ଏ ନେଇ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଗ୍ରାମବାସୀ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତିରେ ନିକଟ ଏକ ଧାନ ଜମିରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଚିଣ୍ଡା ଡାକ୍ତରଖାନା ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । କେଉଁ ପରିସ୍ଥିତିରେ ନାବାଳକୁ ଆକ୍ରମଣ କରାଗଲା ତାର ତଦନ୍ତ କରୁଛି ଗୁରୁଣ୍ଡିଆ ପୋଲିସ । ଅନ୍ୟପରେ ଦୋଷୀକୁ ତୁରନ୍ତ ଗିରଫ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.