ଅଜଣା ନାବାଳିକା ଉଦ୍ଧାର , ନିଜ ସମ୍ପର୍କରେ କିଛି କହିପାରୁ ନାହିଁ…

Published By : Prameya-News7 Bureau | September 06, 2019 IST

ଆନନ୍ଦପୁର୬|୯: ଘସିପୁରା ଥାନା ଅନ୍ତର୍ଗତ ଶୌଲଙ୍ଗ ଛକଠାରେ ଜଣେ ନାବାଳିକା ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଲା । ଖବର ପ୍ରଚାରିତ ହେବାପରେ ବିଜୁ ଯୁବବାହିନୀର ସଦସ୍ୟମାନେ ସେଠାରେ ପହଞ୍ଚି ଝିଅଟିର ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ । ହେଲେ ସେ କିଛି ସଠିକ୍ ଭାବେ କହିପାରୁନଥିବାବେଳେ ହାବଭାବରୁ ମାନସିକ ଭାବେ ଦୁର୍ବଳ  ଥିବା ଜଣାପଡିଛି ।

{"id":153985}

ଯୁବ ବାହିନୀ ସଦସ୍ୟମାନେ ପୋଲିସକୁ ଉଦ୍ଧାର ବାଳିକା ସମ୍ପର୍କରେ ସୂଚନା ଦେବାପରେ ପୋଲିସ ତାକୁ ନିଜ ହେପାଜତକୁ ନେଇଥିଲେ । ଖବରପାଇ ଚାଇଡଲାଇନ୍ ର କର୍ମଚାରୀ ମାନେ  ଘସିପୁରା ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

{"id":153986}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.