୨ବର୍ଷ ତଳୁ ଲାଠିକଟାରୁ ନିଖୋଜ ନାବାଳିକା ଗର୍ଭବତୀ ଅବସ୍ଥାରେ ରାଜସ୍ଥାନରୁ ଉଦ୍ଧାର

Published By : Prameya-News7 Bureau | February 08, 2019 IST

ରାଉରକେଲା ୮|୨: ରାଉରକେଲାରୁ ନିଖୋଜ ନାବାଳିକାକୁ ରାଜସ୍ଥାନରୁ ଉଦ୍ଧାର କରାଯାଇଛି । ରାଜସ୍ଥାନରୁ ନାବାଳିକାକୁ ଉଦ୍ଧାର କରିଛି ଦିଲ୍ଲୀ କମିସନରେଟ୍ ପୋଲିସ । ୨ ବର୍ଷ ତଳେ ସୁନ୍ଦରଗଡ ଲାଠିକଟା ଅଞ୍ଚଳରୁ ନାବାଳିକା ଜଣଙ୍କ ନିଖୋଜ ହୋଇଯାଇଥିଲେ ।

{"id":83061}

ଏନେଇ ଲାଠିକଟା ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ । ହେଲେ ପୋଲିସ ନାବାଳିକା ବାପାଙ୍କ ନକଲି ଦସ୍ତଖତ ନେଇ ନାବାଳିକାକୁ ସାବାଳିକା ଦର୍ଶାଇ ମାମଲା ବନ୍ଦ କରି ଦେଇଥିଲା । ପରେ ନାବାଳିକାର ବାପା ଦିଲ୍ଲୀ  ମହିଳା କମିଶନ ନିକଟରେ ଅଭିଯୋଗ କରିଥିଲେ । ନିଜ ପରିସୀମା ବାହାରେ ହୋଇଥିଲେ ବି ମାନବିକତା ଦୃଷ୍ଟିରୁ ଦିଲ୍ଲୀ କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଝିଅକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

{"id":83063}

ଯୌନ ଶୋଷଣର ଶିକାର ହୋଇ ନାବାଳିକା ଜଣଙ୍କ ୯ ମାସର ଗର୍ଭବତୀ ଅଛନ୍ତି । ୪ ଲକ୍ଷ ଟଙ୍କାରେ ନାବାଳିକାଙ୍କୁ ଜଣେ ସମ୍ପର୍କୀୟ କିଶନ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ । ସୁଯୋଗ ପାଇ ବାପାଙ୍କୁ ଫୋନ କରି ଉଦ୍ଧାର ପାଇଁ ନିବେଦନ କରିଥିଲେ ନାବାଳିକା ।

{"id":83064}

ନାବାଳିକାଙ୍କ ବାପା ଲାଠିକଟା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ହେବାର ୨ ବର୍ଷ ପରେ ଚୁପ୍ ବସି ରହିଥିଲା ବୋଲି ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି । ଏ ନେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଟ୍ବିଟରରେ ଓଡିଶା ପୋଲିସ ପ୍ରଶାସନର କାର୍ଯ୍ୟକୁ ଭର୍ସନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.