ନିଜ ବାପା ଦ୍ଵାରା ସାତମାସର ଗର୍ଭବତୀ ହୋଇଥିବା ନାବାଳିକା ପୁଣିଥରେ ହେଲେ ଦୁଷ୍କର୍ମର ଶିକାର

Published By : Prameya-News7 Bureau | December 23, 2018 IST

ରୂପନଗର ୨୩/୧୨- ବାଡ଼ ଯଦି ଫସଲ ଖାଏ ଜଗିବ କିଏ । ଫସଲର ସୁରକ୍ଷା ଦେବା ବାଡ଼ର କାମ । ବାଡ଼ ଯଦି ସୁରକ୍ଷା ଦେବା ନାଁରେ ଫସଲ ଖାଇଯାଏ, ତାହେଲେ ନିଜ କପାଳକୁ ନିନ୍ଦିବା ବ୍ୟତୀତ ଆଉକିଛି ନୁହେଁ । ସେଭଳି ଘଟଣାଟିଏ ଘଟିଛି ପଂଜାବର ରୂପନଗରରେ । ଜଣେ ନାବାଳିକା ନିଜ ବାପା ଦ୍ଵାରା ହୋଇଛି ଦୁଷ୍କର୍ମର ଶିକାର ।

{"id":66529,"width":590,"height":375}

 ଅଜାଗା ଘା ନା ଦେଖି ହୁଏ, ନା ଦେଖେଇ ହୁଏ । ଏମିତି କିଛି ମଜବୁରୀରେ ମଣିଷ ବେଳେବେଳେ ପଡ଼ିଯାଏ, କାହାକୁ କିଛି କହିପାରି ନଥାଏ । ଯେତେ କଷ୍ଟ ହେଲେ ବି ନିଜ ଭିତରେ ଲୁଚେଇ ରଖିବାକୁ ହୁଏ । ସେମିତି ଏ ଘଟଣା –ବର୍ବରତାର ସୀମା ଟପିଯାଇଥିବା ଏହା ହେଉଛି ଜଣେ ବାପାର କାହାଣୀ ।

ପଂଜାବର ରୂପନଗରରେ ନାବାଳିକା ଜଣକ ତା ବାପାଙ୍କ ସହ ରୁହେ । ସେମାନଙ୍କ ସହ ବି ତା ବାପାଙ୍କର ଜଣେ ବନ୍ଧୁ ରୁହନ୍ତି । ହେଲେ ନିଜ ବାପା ଓ ବାପାଙ୍କର ବନ୍ଧୁ ନିଜ ୧୭ ବର୍ଷିୟ ଝିଅକୁ ଦୁଷ୍କର୍ମ କରିବା ନିହାତି ଦୁର୍ଭାଗ୍ୟଜନକ । ନାବାଳିକା ଝିଅକୁ ତା ବାପା ଓ ତା ବାପାଙ୍କର ଜଣେ ସାଙ୍ଗ ପ୍ରତ୍ୟେକଦିନ ବିଭିନ୍ନ ପ୍ରକାର ଯୌନ ନିର୍ଯ୍ୟାତନା ଦେବା ସହ ଶାରୀରିକ ସଂପର୍କ ରଖୁଥିଲେ । ଏବାବଦରେ ଝିଅଟି ଲାଜରେ କାହାକୁ କିଛି କହିପାରୁ ନଥିଲା । ହେଲେ ପରିସ୍ଥିତି ବି ଅସମ୍ଭାଳ ହୋଇପଡ଼ୁଥିଲା । ପ୍ରତ୍ୟେକଦିନ ଅମାନବୀୟଭାବେ ଯେମିତି ତା ସହ ବ୍ୟବହାର କରୁଥିଲେ ମାମଲା ରୁଜୁବେଳେ ପୋଲିସ ସାମନାରେ ପ୍ରକାଶ କରିଛି ନାବାଳିକା ।

{"id":66530,"width":596,"height":312}

ନାବାଳିକାଙ୍କ ସହ ତା ବାପା ଓ ବାପାଙ୍କର ସାଙ୍ଗ ବାରମ୍ବାର ଶାରୀରିକ ସଂପର୍କ ରଖିବା ଦ୍ଵାରା ୭ମାସର ଗର୍ଭବତୀ ହୋଇଥିଲେ । ତଥାପି କାହା ଆଗରେ କିଛି କହିପାରୁ ନଥିଲା କି ଏହି ନରରାକ୍ଷସମାନଙ୍କ ହାବୁଡ଼ରୁ ଖସିପାରୁ ନ ଥିଲା ନାବାଳିକା । ତଥାପି ଏହି ରାକ୍ଷସମାନେ ନାବାଳିକାକୁ ଛାଡ଼ି ନ ଥିଲେ । ଗର୍ଭବତୀହେବା କାରଣରୁ ନାବାଳିକାଙ୍କ ଦେହ ଅନେକ ସମୟରେ ଭଲ ରହୁ ନଥିଲା । ଦେହ ଭଲ ରହୁ ନଥିବା ସତ୍ତ୍ଵେ ବି ସେମାନେ ନିଜର ଯୌନ ଲାଳସା ଚରିତାର୍ଥ କରିବାକୁ ବାରମ୍ବାର କରୁଥିଲେ ଦୁଷ୍କର୍ମ ।

{"id":66531,"width":586,"height":486}

ଜଣେ ସହୃଦୟବାନ ଲୋକ ସହାୟତାରେ ମହିଳା ଓ ଶିଶୁ କଲ୍ୟାଣ ସଂଗଠନଟିଏ ନାବାଳିକାକୁ  କରିଛି ଉଦ୍ଧାର । ପୋଲିସକୁ ଏହି ସଂଗଠନ ନାବାଳିକାଙ୍କ ସଂପର୍କରେ ଜଣାଇବାପରେ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.