Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଖାକି ବର୍ଦ୍ଦିରେ ଦାଗ ! ଝାରସୁଗୁଡାରେ ନାବାଳିକାଙ୍କୁ ୪ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଅଭିଯୋଗ

18/05/2019 at 11:13 AM

ଝାରସୁଗୁଡା ୧୮|୫: ଝାରସୁଗୁଡାରେ ଝାଡଖଣ୍ଡର ଜଣେ ନାବାଳିକାଙ୍କୁ ୪ଜଣ ପୋଲିସ ଅଧିକାରୀ ୮ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ନାବାଳିକା ଜଣଙ୍କ ଏ ନେଇ ଅଭିଯୋଗ କରିଛନ୍ତି । ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି ।

ନାବାଳିକା ଜଣଙ୍କ ଝାଡଖଣ୍ଡ ଜାମସେଦପୁର ଅଞ୍ଚଳର ଟେଲକୋ ଥାନାରେ ଅଭିଯୋଗ କରିଛନ୍ତି । ଝାଡଖଣ୍ଡ ସୋନାରୀ ଅଞ୍ଚଳର ୧୫ ବର୍ଷୀୟ ନାବାଳିକା ରବି ନାମକ ଜଣେ ଯୁବକଙ୍କ ସହ ଝାରସୁଗୁଡାକୁ ଆସିଥିଲା । ଝାରସୁଗୁଡାର ଏକ ହୋଟେଲରେ ସେମାନେ ରହୁଥିଲେ । ସେହି ସମୟରେ ରବି ତା ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ପରେ ହୋଟେଲକୁ ଆସି ସଂପୃକ୍ତ ନାବାଳିକାକୁ ୪ଜଣ ପୋଲିସ ପୋଷାକଧାରୀ ୮ ଦିନ ଧରି ଦୁଷ୍କର୍ମ କରିଥିଲେ । ତେବେ ସେମାନେ ପୋଲିସ ପୋଷାକରେ ଥିବା ଯୋଗୁଁ ନାବାଳିକା ଜଣଙ୍କ ସେମାନେ ପୋଲିସ ବୋଲି ଅଭିଯୋଗ କରିଛନ୍ତି । ପରେ ତାଙ୍କୁ ହୋଟେଲରେ ଛାଡି ଚାଲିଯାଇଥିଲେ।

ହୋଟେଲ ମାଲିକ ସହାୟତାରେ ନାବାଳିକା ଜଣକ ଜାମସେଦପୁରର ଟେଲକୋ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ରବି ସମେତ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।

ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଝାଡଖଣ୍ଡ ପୋଲିସର ଏକ ଟିମ୍ ଝାରସୁଗୁଡା ଆସି ତଦନ୍ତ କରିବେ ବୋଲି ଜଣାପଡିଛି । ଏହି ମାମଲା ସମ୍ପର୍କରେ ଝାରସୁଗୁଡା ଏସପିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଝାଡଖଣ୍ଡର ଟେଲକୋ ପୋଲିସ ସହ ଯୋଗାଯୋଗରେ ରହିଥିବା ପ୍ରକାଶ କରି ତଦନ୍ତରେ ସବୁ ପ୍ରକାର ସହଯୋଗ କରିବେ ବୋଲି ସେ କହିଛନ୍ତି।

   Related Posts