ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
Published By : Prameya-News7 Bureau | June 16, 2018 IST
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଗରୁଡବସା ଗାଁ ନିକଟ ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ । ରଜରେ ବୁଲିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲେ ନାବାଳିକା । ସେହି ଗାଁର ଜଣେ ଯୁବକଙ୍କ ସହ ନାବାଳିକା ବୁଲିବାକୁ ଯାଇଥିଲେ । ଆଜି ସକାଳୁ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଛି । ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ଏଥିସହ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।