Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

୪ ବର୍ଷର ଶିଶୁ ସହ ଯୁବକ କଲା ଏମିତି କାମ ଦୁଇ ଦିନ ପର୍ଯ୍ୟନ୍ତ ଆସିଲାନାହିଁ ହୋସ୍

13/04/2019 at 12:30 PM

ସୁରଟ ୧୩|୪: ଆଜିକାଲି ଅପରାଧର ମାତ୍ରା ଦିନକୁ ଦିନ ବଢି ଚାଲିଛି । କୌଣସି ନା କୌଣସି ଦିନ କିଛି ନା କିଛି ଅପରାଧ ଘଟଣା ଶୁଣିବାକୁ ମିଳୁଛି । ଆଜିକାଲି ମହିଳା ଏବଂ ଶିଶୁ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଅପରାଧୀମାନେ ଶିଶୁମାନଙ୍କୁ ନିଜର ଶୀକାର ବନାଉଛନ୍ତି । ଶିଶୁମାନେ ଆଜିକାଲି ଅଧିକ ଦୁଷ୍କର୍ମର ଶୀକାର ହେଉଛନ୍ତି । ଏଭଳି ଏକ ଘଟଣା ଗୁଜୁରାଟ ସୁରଟରେ ଦେଖିବାକୁ ମିଳିଛି ଯାହା ଦେଖିଲା ପରେ ସାଧାରଣଲୋକଙ୍କ ସହ ପୋଲିସର ମଧ୍ୟ ହୋସ୍ ଉଡିଯାଇଛି ।

ସୂଚନା ଅନୁସାରେ ଗୁଜୁରାଟ ସୁରଟରେ ୪ବର୍ଷର ଶିଶୁ ସହ ଦୁଷ୍କର୍ମ ହୋଇଛି । ୨ଦିନ ହେବ ଶିଶୁଟିର ହୋସ୍ ମଧ୍ୟ ଆସିନାହିଁ । ଶିଶୁଟିର ଜଣେ ସଂପର୍କୀୟ ଚକୋଲେଟ୍ ଦେବା ବାହାନାରେ ଘରଠାରୁ କିଛି ଦୂରକୁ ନେଇଯାଇଥିଲେ । ଜଙ୍ଗଲ ମଧ୍ୟକୁ ନେଇ ଶିଶୁ ସହ ଦୁଷ୍କର୍ମ କରିଥିଲେ । ଶିଶୁର ମାଆଙ୍କ କହିବା ଅନୁସାରେ ଅଭିଯୁକ୍ତ ଶିଶୁ ସହ ଦୁଷ୍କର୍ମ କରିବା ପରେ ତାର ମୁହଁକୁ ଚାପିଧରି ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲା । ଅଭିଯୁକ୍ତ ଶିଶୁଟିକୁ କହିଥିଲା ଯେ, ଯଦି ଘଟଣା ସଂପର୍କରେ ସେ କାହାରି ଆଗରେ କିଛି କହିବ ତେବେ ତାକୁ ଜୀବନରୁ ମାରିଦେବ ।

ଶିଶୁଟିକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅପରେସନ ପରେ ମଧ୍ୟ ଶିଶୁଟିର ହୋସ୍ ଆସିନାହିଁ । ଶିଶୁଟିର ଜ୍ବର ମଧ୍ୟ କମୁନାହିଁ । ଫଳରେ ଶିଶୁଟିକୁ ଡାକ୍ତରମାନେ ଅବଜରଭେସନରେ ରଖିଛନ୍ତି । ଅଭିଯୁକ୍ତର ମଧ୍ୟ ଡାକ୍ତରୀ ମାଇନା କରାଯାଇଛି ।

ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟରେ ହାଜର କରାଇ ଦୁଇ ଦିନ ରିମାଣ୍ଡରେ ନେଇଛି ।  

   Related Posts