Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶୈଚ ହୋଇଯାଇଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୋସ୍କୋ ଆକ୍ଟରେ ମାମଲା ରୁଜୁ

29/05/2021 at 6:31 PM

ସାଲେପୁର, ୨୯/୦୫: କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ତ ଇସାଣି ବ୍ରହ୍ମପୁର ପଞ୍ଚାୟତର ନେଉଟିଆକଣ ଗ୍ରାମରେ ଏକ ଲଜ୍ଜା ଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ନେଉଟିଆକଣ ଗ୍ରାମର ୧୫ବର୍ଷର ନାବାଳିକା ସନ୍ଧ୍ୟାରେ ଶୈଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣଭୂଇଁ ଗାଁ ତୀଆଡି ସାହିର ସରୋଜ ଶତପଥୀ(୨୫) ନାମକ ଏକ ଯୁବକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି ନାବାଳିକା । ଝିଅ ପାଟି କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚି ଯାଇଥିଲେ । ଫଳରେ ସରୋଜ ସେଠାରୁ ଦୌଡ଼ି ପଳାଇଥିଲା ।

ଝିଅର ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିବାପରେ ସରୋଜକୁ କିଶନ ନଗର ପୋଲିସ୍‌ ଅଟକ ରଖିବା ସହିତ ନାବାଳିକା ଝିଅକୁ ଡାକ୍ତରୀ ମାଇନା କରିବାକୁ ପଠାଇଛି । କିଶନ ନଗର ପୋଲିସି ପୋସ୍କୋ ଆକ୍ଟରେ କେଶ ନଂ ୭୭/୨୧ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

   Related Posts