Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଦଳିତ ନାବାଳିକାକୁ ଦୁଷ୍କର୍ମ, କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର, ପୁଲିସ ସହ ସଲାସୁତରା କରି ଖସିଗଲା ଅଭିଯୁକ୍ତ

8/07/2021 at 5:02 PM

ଢେଙ୍କାନାଳ, ୦୮।୦୭: ଢେଙ୍କାନାଳ ସଦର ଥାନା ଅଂଚଳର ଜଣେ ୧୫ବର୍ଷର ଦଳିତ ନାବାଳିକାକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ପରି ଲଜ୍ୟାଜନକ ଘଟଣା ଘଟିଛି । ମାତ୍ର ସଦର ପୋଲିସ ଅଭିଯୋଗ ନରଖି ପିଡିତାକୁ ପାଲଟା ଜୁଲମ କରିଥିବାରୁ  ଅଭିଯୁକ୍ତ ଫେରାର ହୋଇଯାଇଛି । ଫଳରେ ପିଡିତା ପରିବାର ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଢେଙ୍କାନାଳ ସଦର ଥାନା ପୋଲିସର ଅସଲ ଚେହେରା ପଦାକୁ ଆସିଛି । ତେବେ ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି  ।

ସୂଚନା ଥାଉକି,  ଜଣେ ୧୫ବର୍ଷର ଦଳିତ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କାରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଗୁରୁତର ଅବସ୍ଥାରେ ଏକ କାଜୁ ଜଙ୍ଗଲରୁ ପିଡିତା ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଂଚଳର ତାଳବରକୋଟ ଅଂଚଳରେ ଏପରି ଲଜ୍ୟାଜନକ ଘଟଣା ଘଟିଛି ।  ଗତ କାଲି ଆର୍ଥତ  ବୁଧବାର ଅପରାହ୍ନରେ ଏହି ୧୫ବର୍ଷିଆ ପିଡିତା ଘର ପଛ ପଟକୁ ଝାଡା ଯାଇଥିଲେ । ତେବେ ଏକୁଟିଆ ପାଇ ତାଳ ବରକୋଟ ଗ୍ରାମର ଚିକୁ ବେହେରା ନାମକ ଯୁବକ ତାଙ୍କୁ ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରୁ ଜଣାପଡିଛି । ପରେ ତାଙ୍କୁ କାଜୁ ଜଙ୍ଗଲରେ ପକାଇ ଦେଇ ପିଡିତାର ପରିବାରକୁ ଆସି କାହାକୁ ନକହିବାକୁ ଧମକ ଦେଇଥିବା ଅଭିଯୋଗରୁ ଜଣାପଡିଛି ।

ଅଭିଯୁକ୍ତ ଠାରୁ ସୂଚନା ପାଇ ପରିବାର ଲୋକେ ଝିଅକୁ ଗୁରୁତର ଅବସ୍ଥାରେ କାଜୁ ଜଙ୍ଗଲରୁ ଉଦ୍ଧାର କରିଥିଲେ । ପରେ ଗତ କାଲି ପିଡିତା ଝିଅକୁ ନେଇ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲା ପରିବାର । ମାତ୍ର ପୋଲିସ ଅଭିଯୋଗ ରଖିବା ଦୂରର କଥା ପାଲଟା ପିଡିତା ଓ ତାର ପରିବାରକୁ ଜୁଲମ କରି ଡ଼ରାଇ, ଧମକାଇ ଫେରାଇ ଦେଇଥିବା  ଅଭିଯୋଗ କରିଛନ୍ତି ପିଡିତାର ପରିବାର । ପୋଲିସର ଏତାଦୃଶ ବ୍ୟବହାର ପିଡିତା ଓ ତାର ଅସାହାୟ ପରିବାରକୁ ହତାଶ କରୁଥିବାବେଳେ ସଦର ଥାନା ପୋଲିସ ସହ ଅଭିଯୁକ୍ତର ସଲା ସୁତରା ହୋଇଥିବା ସନ୍ଦେହ କରାଯାଇଛି । ଫଳରେ ପୋଲିସର ଏପରି ବ୍ୟବହାରରେ ନିରାଶ ହୋଇ ଏହି ପିଡିତା ଓ ତାର ଭିନ୍ନକ୍ଷମ ମା ଓ ବାପା ଆଜି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଥିବା ଦେଖାଯାଇଛି ।

ତେବେ ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ପିଡ଼ିତାଙ୍କୁ ନେଇ ଡାକ୍ତରୀ ମାଇନା କରିବା ସହ ତଦନ୍ତ ଆରମ୍ଭ କରିଥିବା ଏସ.ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଡ଼ିଏସପି ଦେବଦତ୍ତ କର ସୂଚନା ଦେଇଛନ୍ତି । ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଢେଙ୍କାନାଳ ସଦର ଥାନା ପୋଲିସର ଏପରି କାର୍ଯ୍ୟକଳାପ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପଟେ ଅଭଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଇବାର ସୁଯୋଗ ନେଇ ଏବେ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି। ତେବେ ପିଡିତା ଜଣେ ନାବାଳିକା ଓ ଦଳିତ ଶ୍ରେଣୀର ହୋଇଥିବା ବେଳେ ଢେଙ୍କାନାଳ ସଦର ପୋଲିସର ଏପରି କାର୍ଯ୍ୟକଳାପ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି ।

   Related Posts