ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ପଡ଼ୋଶୀ ଯୁବକ, ମୁହଁ ଖୋଲିବାରୁ ନାବାଳିକାଙ୍କ ପରିବାରଲୋକଙ୍କୁ ନିର୍ଧୁମ ପିଟିଲେ

Published By : Prameya-News7 Bureau | February 15, 2019 IST

ଜାମସେଦପୁର ୧୫/୨-ଟ୍ୟୁସନ ଯାଉଥିବା ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ପଡ଼ୋଶୀ ଯୁବକ କଲେ ଗଣଦୁଷ୍କର୍ମ । ପାଟି ଖୋଲିବାରୁ ପରିବାର ଲୋକଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ ସ୍ଥାନୀୟ ଯୁବକ ।

ଏଭଳି ଘଟଣା ଘଟିଛି ରାମନଗର ଉଲଡ଼ିହ ଅଂଚଳରେ । ୫ମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ସରସ୍ଵତୀ ପୂଜା ପୂର୍ବଦିନ ଟ୍ୟୁସନ ଯାଉଥିଲେ । ଏହି ସମୟରେ ସେହି ଗାଁର ଜ୪ ଜଣ ଯୁବକ ଦୁଇଟି ବାଇକରେ ଆସି ଟେକି ନେଇଥିଲେ । ନାବାଳିକାଙ୍କ ମୁହଁରେ ରୁମାଲ ବାନ୍ଧି ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଭିଡ଼ିଓ ମଧ୍ୟ ସୁଟିଂ କରିଥିଲେ ।

ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ି ଦେଇଥିଲେ । ଏହି ଘଟଣା ନାବାଳିକାଙ୍କ ବାପା ଜାଣିବାପରେ ଘରେ ଆସି ଏ ବିଷୟରେ ପଚାରି ବୁଝିଥିଲେ । ଜୀବନରୁ ମାରିଦେବାକୁ ଧମକ ଦେଇଥିବାରୁ ନାବାଳିକା ଏ ବିଷୟରେ କାହାକୁ କିଛି କହି ନଥିଲେ । ନାବାଳିକାଙ୍କ ବାପା ଏହି କଥା ପଚରିବା ପରେ ସବୁ ଘଟଣା କହିଥିଲେ ଓ ଏହି ଘଟଣା ସହିତ କେଉଁମାନେ ଜଡ଼ିତ ଥିଲେ ବୋଲି ମଧ୍ୟ କହିଥିଲେ ।

ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ରୋଶନ କୁମାର, ମନୀଷ କୁମାର, ମୁନ୍ନା ଓ ବିକାଶ ସଂପୃକ୍ତ ଥିବା କଥା ନାବାଳିକା କହିଥିଲେ । ଏହି ବାବଦରେ ନାବାଳିକାଙ୍କ ବାପା ସେମାନଙ୍କୁ ପଚାରିବା ପରେ ସେମାନେ ଓଲଟି ଧମକ ଦେଇଥିଲେ । ସେମାନେ ସରସ୍ଵତୀପୂଜା ଭସାଣୀରେ ଯାଉଥିବାରୁ ସେମାନଙ୍କ ସପକ୍ଷରେ ଅନ୍ୟ ଯୁବକମାନେ ମଧ୍ୟ ବାହାରିଥିଲେ । ଫଳରେ ସେମାନେ ନାବାଳିକାଙ୍କ ଘରେ ପଶି ତାଙ୍କ ବାପା-ମାଆ-ଭାଇକୁ ମାରିବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ।

ଏହି ଘଟଣାରେ ନାବାଳିକାଙ୍କ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ମନୀଷ କୁମାର ଫେରାର ଅଛି । ସମସ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଆରମ୍ଭ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.