ସୈତାନ ସଂପର୍କୀୟ : ନାବାଳିକାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କଲା ଦାଦା
20/08/2019 at 4:52 PM

ସାଲେପୁର ୨୦|୮: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭୟଭୀତ କରାଇ ସଂର୍ପକୀୟ ଦାଦା ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଦେଢ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ମାଆ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନାର ଅଲିପୁର ଗାଁରେ। ଏନେଇ ନାବାଳିକାଙ୍କ ମାଆ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅଲିପୁର ଗାଁର ସଂପର୍କୀୟ ଦାଦା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ । ଘଟଣା ସମ୍ପର୍କରେ କାହା ଆଗରେ ପ୍ରକାଶ କଲେ ଏସିଡ ପକାଇ ଜାଳି ଦେବ ବୋଲି ଯୁବକ ଜଣଙ୍କ ଧମକ ଦେଇ ନାବାଳିକାଙ୍କୁ ବାରମ୍ବାର କରିଆସୁଥିଲେ ଦୁଷ୍କର୍ମ। ବାଧ୍ୟ ହୋଇ ନାବାଳିକା ଜଣଙ୍କ ଏ ସମସ୍ତ ଘଟଣା ମାଆ ଆଗରେ ପ୍ରକାଶ କରିଥିଲେ । ନାବାଳିକା ଛାତ୍ରୀ ଦେଢ଼ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ଆଣିଛନ୍ତି ଝିଅର ମାଆ ।
ଦୁଷ୍କର୍ମ ଘଟାଇଥିବା ଯୁବକ ଜଣଙ୍କ ନାବାଳିକାର ବାପା ଓ ମାଆକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଛି । ଏହି ଘଟଣା ନେଇ ସାଲେପୁର ଥାନାରେ ନାବାଳିକା ଛାତ୍ରୀ ମାଆ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରିବା ସହ ପୀଡିତା ନାବାଳିକା ଛାତ୍ରୀଙ୍କର ଡାକ୍ତରୀ ମାଇନା ପାଇଁ ପଠାଇଛନ୍ତି ।