ଦେଢବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା, ତାପରେ ଅଚେତ ଅବସ୍ଥାରେ ଜଂଗଲରେ ଛାଡି ଚାଲିଗଲା : ପୋଲିସର ଉଦାସୀନତା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | December 13, 2018 IST

ଫୁଲବାଣୀ୧୩|୧୨:କନ୍ଧମାଳ ଜିଲ୍ଲା  ବାଲିଗୁଡ଼ା ଥାନା ବାରଖମାରେ ଦେଢ଼ବର୍ଷରଶିଶୁକନ୍ୟାକୁ ସମ୍ପର୍କୀୟ ଦାଦାର ଦୁଷ୍କର୍ମ ଅଭିଯୋଗ । ଏ ସମ୍ପର୍କରେ ବାଲିଗୁଡ଼ା ଥାନାରେ ଅଭିଯୋଗହୋଇଥିଲେ ମଧ୍ୟ ଚୁପ୍‌ ବସିଛି ପୋଲିସ । ଅଚେତ୍‌ ଅବସ୍ଥାରେ ଶିଶୁଟିକୁ ନିକଟସ୍ଥର ଜଙ୍ଗଲରୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଶିଶୁଟିର ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ହେଲେ ପୂରା ଘଟଣାରେ ପୋଲିସର ନିସ୍କ୍ରିୟତାକୁ ନେଇ ଉଠିଛି ପ୍ରଶ୍ନ । …..

ସୋମବାର ଅପରାହ୍ଣରଘଟଣା । ଘର ବାରଣ୍ଡାରେ ଖେଳୁଥିଲା ଦେଢ଼ବର୍ଷର ଶିଶୁକନ୍ୟା । ତାକୁ  ଚକୋଲେଟ୍‌ କିଣି ଦେବାକୁ କହି ଉଠାଇ ନେଇଥିଲା ସମ୍ପର୍କୀୟଦାଦା ଚିଣ୍ଟୁ ଦଳବେହେରା । ରାତିରେ ନଫେରିବାରୁ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କଲେ । ହେଲେଚୁପ୍‌ ବସିଲା ପୋଲିସ । ରାତି ପାହି ସକାଳ ହେଲା । ବହୁ ଖୋଜା ଖୋଜି ପରେ ମଙ୍ଗଳବାର ସକାଳୁ ପାଖଜଙ୍ଗଲରୁ ଶିଶୁଟିକୁ ଅଚେତ ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକ । ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଗଲା । ତେବେ ପିଲାଟିର ଅବସ୍ଥା ଭଲ ଥିବା କଥା କହିଛନ୍ତିଡାକ୍ତର । 

{"id":63191}

କନ୍ଧମାଳ ଜିଲ୍ଲାବାଲିଗୁଡ଼ା ବାରଖମା ଅଂଚଳରେ ଘଟିଥିବା ଏହି ଘଟଣାକୁ ନେଇ ପୋଲିସର ନିସ୍କ୍ରିୟତା ଉପରେ ଉଠିଛି ପ୍ରଶ୍ନ। ଯଦି ସୋମବାର ରାତିରେ ପରିବାର ଲୋକଙ୍କ ଅଭିଯୋଗ ପରେ ବାଲିଗୁଡ଼ା ପୋଲିସ ଅଭିଯୁକ୍ତକୁ ଖୋଜିଥାନ୍ତା,ତାହେଲେ ହୁଏତ ଶିଶୁଟିକୁ ତା’ର ପିଶାଚ ଦାଦା କବଳରୁ ରକ୍ଷା କରାଯାଇପାରିଥାନ୍ତା । ହେଲେ ଶିଶୁଟିରଜୀବନ ଓ ତା’ର ସୁରକ୍ଷା ଚିନ୍ତା କରିନଥିଲା ପୋଲିସ ।

ପରିବାର ଲୋକେ ବାରମ୍ବାର ଥାନାକୁ ଦଉଡ଼ିବା ପରେ ପୋଲିସ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କହୁଛି । ହେଲେ ଏଭଳି ଘଟଣାରେ ତୁରନ୍ତ ଆକ୍ସନ ପାଇଁ ନିର୍ଦେଶ ଥିଲେ ମଧ୍ୟ ବାଲିଗୁଡ଼ା ପୋଲିସ କାହିଁକି ଜଣେ ଶିଶୁକନ୍ୟାର ସୁରକ୍ଷା ପ୍ରତି ଏଭଳି ଅବହେଳା କରିଛି ତା’ର ଜବାବ୍‌ ଦେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.