Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

୧୬ବର୍ଷ ବୟସ୍କା ନାବାଳିକାଙ୍କୁ ଦୁଷ୍କର୍ମ କରି ଭିଡିଓ କଲା ୬୨ବର୍ଷ ବୟସ୍କ ବୃଦ୍ଧ : ତା’ପରେ …..

27/08/2019 at 3:21 PM

ଭରତପୁର ୨୭/୮: ରାଜସ୍ଥାନର ଭରତପୁରରେ ଜଣେ ୬୨ବର୍ଷ ବୟସ୍କ ବୃଦ୍ଧ ଜଣେ ୧୬ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ କରି ନିଜ ମୋବାଇଲରେ ଭିଡିଓ କରିଛି। ଏହି ଭିଡିଓ ଦେଖାଇ ଅଭିଯୁକ୍ତ ବୃଦ୍ଧ ଅନେକ ଥର ନାବାଳିକା ସହ ଦୁଷ୍କର୍ମ କରିଥିଲା। ଏହାପରେ ବୃଦ୍ଧର ମନ ଭରିଯିବାରୁ ଅଭିଯୁକ୍ତ ପୀଡ଼ିତାର ଦାଦାଝିଅ ଭଉଣୀଙ୍କୁ ଏହି ଭିଡିଓ ପଠାଇଥିଲା।

ଅଭିଯୁକ୍ତ ନାବାଳିକାଙ୍କ ଭଉଣୀଙ୍କୁ ଏହି ଭିଡିଓ ପଠାଇ କହିଥିଲା ଯେ ସେ ତାଙ୍କ ଭଉଣୀଙ୍କୁ ଦୁଷ୍କର୍ମ କରିଛି ଏବଂ ଏହି ଭିଡିଓ କରିଛି। ଏଥିପାଇଁ ତାଙ୍କୁ ମଧ୍ୟ ନିଜ ସହ ଶାରିରୀକ ସମ୍ପର୍କ ରଖିବାକୁ କହିବା ସହ କହିଥିଲା ଯେ ଯଦି ସେ ଏପରି ନକରନ୍ତି ତାହେଲେ ଏହି ଭିଡିଓ ସେ ଭାଇରାଲ କରିଦେବ​‌ ବୋଲି ଧମକ ଦେଇଥିଲା।

ଏହା ପରେ ନାବାଳିକାଙ୍କ ଭଉଣୀ ଏହି ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ତୁରନ୍ତ ପୋଲିସ୍ ଷ୍ଟେସନ ଯାଇ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।

ଏହି ଲଜ୍ୟାଜନକ ଘଟଣାଟି ଘଟିଛି ଭରତପୁରରେ। ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ମାଆଙ୍କ ୬ମାସ ତଳେ ମୃତ୍ୟୁ ହୋଇଥିଲା। ପୀଡ଼ିତାଙ୍କ ବାପା ଅଭିଯୁକ୍ତର ପାଖ ଦୋକାନ ଭଡ଼ାରେ ନେଇ ଚା’ ଦୋକାନ କରିଥିଲେ।

ପୀଡ଼ିତା ନାବାଳିକା ତାଙ୍କ ବାପାଙ୍କୁ ଟିଫିନ୍ ଦେବାକୁ  ସବୁବେ​ଳେ ଦୋକାନକୁ ଯାଉଥିଲେ। କିଛି ଦିନ ତଳେ ଯେତେବେଳେ ସେ ତାଙ୍କ ବାପାଙ୍କୁ ଟିଫିନ ଦେବାକୁ ଯାଇଥିଲେ ସେତେବେଳେ ପଡ଼ୋଶୀ ବୃଦ୍ଧ ଦୋକାନୀ ନାବାଳିକାଙ୍କୁ ନିଜ ଦୋକାନ ଭିତରେ ଡାକିଥିଲା ଏବଂ ତାଙ୍କ ସହ ଦୁଷ୍କର୍ମ କରି ଭିଡିଓ କରିଥିଲା। ଏହା ପରେ ନାବାଳିକାଙ୍କୁ ଦମକ ଦେଇଥିଲା ଯେ ଯଦି ସେ କାହାକୁ ଏବିଷୟରେ କୁହନ୍ତି ତେବେ ସେ ଏହି ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବ ବୋଲି କହିଥିଲା। ଏହା କହି ସେ ଅନେକ ଥର ତାଙ୍କ ସହ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଥାନାରେ ମାମଲା ରୁଜୁ କରିବା ପରେ ପୀଡ଼ିତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ଏବଂ ତାଙ୍କର ଡାକ୍ତରୀ ମାଇନା କରିଥିଲେ। ପୋଲିସ୍ ଅଭିଯୁକ୍ତକୁ ଖୋଜୁଛି।

   Related Posts