କାମ କରିବାକୁ ଯାଉଥିବା ବେଳେ ନାବାଳିକାଙ୍କୁ ଟେକି ନେଇ ଜୋର ଜବରଦସ୍ତ ଦୁଷ୍ମର୍ମ

Published By : Prameya-News7 Bureau | July 01, 2019 IST

ନାବାଳିକାକୁ ବିବାହିତା ଯୁବକଙ୍କ ଦୁଷ୍କର୍ମ ଅଭିଯୋଗ । ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ । ହେଲେ ପୀଡିତା ସାହାସ ଜୁଟାଇ ପରିବାରକୁ ଜଣାଇବା ପରେ ଜୟପାଟଣା ଥାନାରେ ମାମଲା ରୁଜୁ । ଅଭିଯୁକ୍ତ କାମନ୍ଧ ଯୁବକ ଗୋବିନ୍ଦ ଗୁରୁମେ ଫେରାର ରହିଛି । 

{"id":129364,"align":"center"}

ଜୟପାଟଣା ଥାନା ରଣମାଳ ଅଂଚଳର ଜଣେ ନାବାଳିକା କାମ କରିବାକୁ ଯାଉଥିବା ବେଳେ ଟେକି ନେଇ ଜୋର ଜବରଦସ୍ତ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଗୋବିନ୍ଦ ଗୁରୁମେ ବିବାହିତ ଏବଂ ଘଟଣା କାହାକୁ ଜଣାଇଲେ ଜୀବନ ରୁ ମାରିଦେବାକୁ ଧମକ ଦେଇଥିବା ପୀଡିତା ଅଭିଯୋଗ କରୁଛନ୍ତି । ହଲେ ନିଜ ବଡ ଭଉଣୀକୁ ଘଟଣା ଜଣାଇବା ପରେ ପରିବାର ଜୟପାଟଣା ଥାନା ରେ ମାମଲା ରୁଜୁ କରିଛନ୍ତି । ହଲେ ମାମଲା ରୁଜୁର ଚାରି ଦିନ ପରେ ବି ଜୟପଟଣା ପୋଲିସର ହାତ ଖାଲି ଅଭିଯୁକ୍ତ ଫେରାର ରହିଥିବା ପୋଲିସ ସୁଚନା ଦେଉଛି ।

{"id":129365,"align":"center"}

ଜୟପାଟଣା ପୋଲିସ ଆଇପିସି ଧାରା ୩୭୭, ୫୦୬ ପୋସ୍କୋ ଧାରା ରେ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ ପାଇଁ ତନାଘନା ଜାରୀ ରହିଥିବା ସୁଚନା ଦେଉଛନ୍ତି । ହେଲେ ପୀଡିତା ପରିବାର ନିଜକୁ ଅସୁରକ୍ଷିତ ମନେ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.