ଗୋଡ଼ ଭାଙ୍ଗିଗଲା ହେଲେ ଛାଡ଼ିଲେନି ଦୁଷ୍କର୍ମକାରୀ , ଅପହରଣ କରିନେଇଥିବା ଯୁବତୀଙ୍କୁ କଲେ ଅମାନୁଷିକ ଯୌନାଚାର
13/02/2019 at 6:52 PM

ଜଲନ୍ଧର ୧୩/୨- ଆଜିକାଲି ମଣିଷମାନଙ୍କର ହଜିଗଲାଣି ମାନବିକତା । ନିଜର ସାଧାରଣ ସୁଖସୁବିଧା ହାସଲ କରିବା ପାଇଁ ବି ଅନ୍ୟ ଉପରେ କରିବାକୁ ପଛାଉନାହାଁନ୍ତି ଅତ୍ୟାଚାର । ଜଣେ ଦୁର୍ବଳା ନାବାଳିକାଙ୍କୁ କାକୁତିମନିତି ହେବାପରେ ବି ଛାଡ଼ି ନଥିଲେ ଦୁବୃର୍ତ୍ତ ।
ଏହିଭଳି ଘଟଣା ଘଟିଛି ଜଲନ୍ଧର ଫିଲୌରରେ । ନାବାଳିକା ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ଟେକି ନେଇଥିଲେ ରାସ୍ତାରୁ । ନାବାଳିକା ସେମାନଙ୍କ ଠାରୁ ଖସିବାକୁ ପ୍ରାଣପ୍ରଣେ ଚେଷ୍ଟା କଲେ ବି ଖସିପାରି ନଥିଲେ । ଖସିବାକୁ ଚେଷ୍ଟା କରୁଥିବା ସମୟରେ ନାବାଳିକାଙ୍କର ଭାଙ୍ଗି ଯାଇଥିଲା ଗୋଡ଼ । ହେଲେ ଅମଣିଷମାନେ ତାଙ୍କୁ ଛାଡ଼ି ନଥିଲେ ।
ନାବାଳିକା ଯେତେ କାକୁତିମିନତି ହେଲେ ମଧ୍ୟ ଯୁବକମାନେ ଛାଡ଼ି ନଥିଲେ । ସେମାନେ ନାବାଳିକାଙ୍କୁ ଅତି ଅମାନବୀ୍ୟ ଭାବରେ ଗଣଦୁଷ୍କର୍ମ କରିଥିବା କଥା କହିଛନ୍ତି । ଗଣଦୁଷ୍କର୍ମ ପରେ ତାଙ୍କୁ ସେହି ଅନ୍ଧାରରେ ଛାଡ଼ି ଚାଲିଯାଇଥିଲେ ।
ଗୋଡ଼ ଭାଙ୍ଗି ଯାଇଥିଲେ ବି ନାବାଳିକା ସେମିତି ଗୁରୁଣ୍ଡି ଗୁରୁଣ୍ଡି ଆସି ଘରେ ପହଂଚିଥିଲେ । ଘଟଣା ବାବଦରେ କହିବା ପରେ ପରିବାର ଲୋକ ଥାନାରେ ଆଣିଥିଲେ ଅଭିଯୋଗ ।
ପୋଲିସ ଦୁଷ୍କର୍ମକାରୀଙ୍କ ନାଁରେ ମାମଲା ରୁଜୁକରି ଛାନଭିନ ଆରମ୍ଭ କରିଛି ।