ପୁରୀରେ ରାତିସାରା ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ : ବସ୍ ହେଲପର ଗିରଫ, ତାତିଲେ ବିରୋଧୀ

Published By : Prameya-News7 Bureau | July 09, 2019 IST

ଭୁବନେଶ୍ବର ୯|୭: ପୁରୀରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ । ଏକ ଲକ୍‌ଜୁରୀ ବସ୍‌ରେ କେନ୍ଦୁଝରର ଜଣେ ନାବାଳିକାକୁ ବସ୍‌ ହେଲପର ଦୁଷ୍କର୍ମ କରିଛି । ଅଭିଯୁକ୍ତକୁ ଗିରଫ କରାଯାଇଛି । ଘୋଷଯାତ୍ରା ଅବସରରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୁରୀରେ ଆଇନ ଶୃଙ୍ଖଳା ଓ ଯାତ୍ରୀ ସୁରକ୍ଷା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । 

{"id":132029}

ପୁଣି ଲଜ୍ଜା । ପୁରୀରେ ଏକ ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ । ଗତକାଲି ବିଳମ୍ବିତ ରାତିରେ ଶରଧାବାଲିରେ ଘଟିଛି ଏହ ଘଟଣା । ନାବାଳିକା ଜଣଙ୍କ ପୁରୀ ମାଳତୀପାଟପୁର ନିକଟରେ ଥିବା ୱାଟର ପାର୍କରେ କାମ କରନ୍ତି । ଛୁଟିରେ ଘର କେନ୍ଦୁଝରକୁ ଯାଇ ଫେରୁଥିଲେ । କଟକରୁ ଏକ ଏସି ଡିଲକ୍ସ ବସ୍‌ରେ ପୁରୀ ଆସୁଥିଲେ  । ନିଦ ଲାଗି ଯିବାରୁ ମାଳତୀ ପାଟପୁରରେ ନ ଓହ୍ଲାଇ ପୁରୀ ବସ୍‌ ଷ୍ଟାଣ୍ଟକୁ ଚାଲି ଆସିଥିଲେ । ରାତି ୯ଟା ବାଜିଲାଣି। ପୁରୀରେ କେହି ସଂପର୍କୀୟ ବି ନାହାନ୍ତି । କୁଆଡ଼େ ଯିବେ କଣ କରିବେ ଅସହାୟ ହୋଇପଡ଼ିଥିଲେ ନାବାଳିକା। ଏତିକିବେଳେ  ବସ୍ କର୍ମଚାରୀ ତାକୁ ବସ୍‌ ଭିତରେ ଶୋଇ ପଡିବାକୁ କହିଥିଲେ । ଆଉ ତାରି ଭିତରେ ଥିଲା ଚାଲ୍‌। କାମୁକ ନଜର। ନାବାଳିକା ବସ୍‌ରେ ଶୋଇଥିବା ବେଳେ ବସ୍‌ର ହେଲପର ତାଂକୁ ଦୁଷ୍କର୍ମ କରିଥିବା ନାବାଳିକା ଅଭିଯୋଗ କରିଛନ୍ତି ।

{"id":132030}

ସକାଳେ ପୀଡିତା ବସ୍‌ଷ୍ଟାଣ୍ଡରେ ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । କୁମ୍ଭାରପଡା ପୋଲିସ ପୀଡିତାଂକୁ ଉଦ୍ଧାର କରିଥିଲା । ପୀଡିତାଙ୍କ  ଅଭିଯୋଗ କ୍ରମେ ପୁରୀ ବସଷ୍ଟାଣ୍ଡରେ ଥିବା ବସରୁ ସଂପୃକ୍ତ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଛି । ଏହି ଘଟଣା ଏବେ ପୁରୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

{"id":132031}

ରଥଯାତ୍ରା ଲାଗି ପୁରୀକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ପାଖାପାଖି ୧୦ ହଜାର ପୋଲିସ ଓ ସୁରକ୍ଷା କର୍ମୀ ପୁରୀରେ ମୂତୟନ ହୋଇଛନ୍ତି । ତଥାପି ଜଣେ ନାବାଳିକାଙ୍କୁ ବସ୍ ଭିତରେ ଦୁଷ୍କର୍ମ କରିବାକୁ ସାହାସ କରୁଛନ୍ତି ଅପରାଧୀ । ଏହି ଘଟଣାକୁ ନେଇ ବିରୋଧୀ ବି ତାତିଛନ୍ତି । ପୋଲିସର ନିଷ୍କ୍ରିୟତା ଓ ସରକାରଙ୍କ ସ୍ଥାଣୁତା କଥା ଉଠାଇ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ସରକାର କହିଛନ୍ତି ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।  ରଥଯାତ୍ରା ସମୟରେ ଏଭଳି ଘଟଣା ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.