Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୨ ବର୍ଷର ନାବାଳିକା ସହ ଦୁଷ୍କର୍ମ କଲେ ନିଜର ୩ଭାଇ ଏବଂ ଦାଦା : ଗଳା କାଟି ହତ୍ୟା କରି ଫୋପାଡ଼ିଦେଲେ ବିଲରେ

ସାଗର ୧୯/୩ : ମଧ୍ୟ ପ୍ରଦେଶରେ ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ନିଜ ଦାଦା ଏବଂ ଭାଇ | ଏହାପରେ ନାବାଳିକାକୁ ହତ୍ୟା କରିଥିଲେ ଭାଇ ଦାଦା | ମାମଲାରେ ନାବାଳିକାଙ୍କ ଖୁଡି ମଧ୍ୟ ସାମିଲ ଥିବା କହିଛି ପୋଲିସ |


ଘଟଣା ମଧ୍ୟ ପ୍ରଦେଶ ସାଗର ଜିଲ୍ଲାର | ନାବାଳିକା ଦଳିତ | ତାଙ୍କର ୩ ଭାଇ | ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ଆଉ ଜଣେ ଅଭିଯୁକ୍ତ ଫେରାର ଅଛି |


ପୋଲିସ ସୂଚନା ଅନୁଯାୟୀ, ନାବାଳିକା ଷଷ୍ଠ ଶ୍ରେଣୀରେ ପଢ଼ନ୍ତି | ମାର୍ଚ୍ଚ ୧୩ ତାରିଖରେ ସେ ନିଖୋଜ ଥିବା ଜଣାପଡିଥିଲା | ନାବାଳିକା ନିଖୋଜ ଥିବାର କିଛି ଦିନ ପରେ ବରଖେଡି ଗାଁର ଏକ ବିଲରୁ ନାବାଳିକାଙ୍କ କଟା ମୁଣ୍ଡ ଉଦ୍ଧାର ହୋଇଥିଲା | ମୁଣ୍ଡ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା | ପୋଲିସ ପ୍ରଥମେ ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କ ପାଇଁ ୧୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା | କିନ୍ତୁ କିଛି ସୁରାଗ ନପାଇବା ପରେ ପୁରସ୍କାର ରାଶି ବଢ଼ାଇ ୨୫ ହଜାର କରିଥିଲା |


ନାବାଳିକାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ | ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିଲା | ଘଟଣା ସମ୍ପର୍କରେ ସବୁ ଜାଣି ମଧ୍ୟ ନାବାଳିକାଙ୍କ ଖୁଡି ପୋଲିସକୁ ପଥଭ୍ରଷ୍ଟ କରିଥିଲେ | ସେ କହିଥିଲେ ଯେ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପଡୋଶୀ ସାମିଲ ଅଛି ବୋଲି କହିଥିଲେ |


ନାବାଳିକାଙ୍କ ଖୁଡିର ବୟାନ ଅନୁଯାୟୀ, ପୋଲିସ ପଡୋଶୀଙ୍କୁ ପଚରାଉଚୁରା କରିଥିଲା | କିନ୍ତୁ ପଡୋଶୀରେ ଏଥିରେ କୌଣସି ହାତ ନଥିବା ପୋଲିସ ସ୍ପଷ୍ଟ ଜାଣିବାକୁ ପାଇଥିଲା | ଏହାପରେ ପୋଲିସ ଜଣେ ସୂଚନା ଦେଇଥିଲେ ଯେ, ଘଟଣାରେ ନାବାଳିକାଙ୍କ ୨୦ ବର୍ଷ ବୟସ୍କ ଭାଇ ସାମିଲ ଅଛି | କିନ୍ତୁ ସେ ଫେରାର ଥିବା ଯୋଗୁଁ ପୋଲିସ ଅନ୍ୟ ୨ ଭାଇକୁ ଗିରଫ କରି ପଚରାଉଚୁରା କରିଥିଲା | ପୋଲିସ ପଚରାଉଚୁରା କରିବା ପରେ ସେ ନିଜ ଦୋଷ ସ୍ୱୀକାର କରିଥିଲା |


ନାବାଳିକାଙ୍କ ସହ ତାଙ୍କ ବଡ ଭାଇ ପୂର୍ବରୁ ମଧ୍ୟ ଦୁଷ୍କର୍ମ କରିଥିବା ପୋଲିସ ସନ୍ଦେହ କରିଛି | ଘଟଣା ଦିନ ମଧ୍ୟ କାମ ପାଇଁ ଯେତେବେଳେ ସମସ୍ତେ ଘରୁ ବାହାରି ଯାଇଥିଲେ, ବଡ ଭାଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା | ଏତିକିବେଳେ ଆଉ ୨ ଭାଇ ମଧ୍ୟ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ | ସେତେବେଳେ ପୀଡିତାଙ୍କ ଦାଦା ଆସିଥିଲେ ଏବଂ ୩ ଭାଇଙ୍କୁ ଧମକ ଦେଇଥିଲେ | ଧମକ ଦେଇ ନିଜେ ମଧ୍ୟ ସମାନ ଅମାନୁଷିକ କାମ କରିଥିଲେ | ନାବାଳିକା ପୋଲିସକୁ କହିଦେବେ ବୋଲି କହିବାରୁ ତାଙ୍କୁ ଏମାନେ ସମସ୍ତେ ମିଶି ଗଳା କାଟି ହତ୍ୟା କରିଥିଲେ |

417 Views

   ସମ୍ବନ୍ଧିତ ଖବର