Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||

ମଣିଷ ନା ରାକ୍ଷସ ? ନାବାଳିକାକୁ ଦୁଷ୍କର୍ମ ପରେ ଜିଅନ୍ତା ପୋତି, ଉପରେ ଚାପିଦେଲା ପଥର ଓ କଣ୍ଟା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

20/01/2021 at 2:15 PM

ବେତୁଲ ୨୦/୦୧ : ମଧ୍ୟ ପ୍ରଦେଶ ବେତୁଲ ଜିଲ୍ଲାରୁ ଲୋମଟାଙ୍କୁରା ମାମଲା ସାମ୍ନାକୁ ଆସିଛି। ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ଜିଅନ୍ତା ପୋତି ଦେଇଥିଲା ଅଭିଯୁକ୍ତ। ଠିକ ସମୟରେ ପରିବାର ଲୋକ ଝିଅକୁ ଖୋଜି ବାହାର କରିଥିଲେ। ନାବାଳିକାଙ୍କ ଅବସ୍ଥା ଗମ୍ଭୀର ରହିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଏହି ଜଘନ୍ୟ ଅପରାଧ କରିଥିବା ସୁଶୀଲ ବର୍ମାକୁ ପୋଲିସ ଗିରଫ କରିଛି। 

ନାବାଳିକା ଓ ଯୁବତୀଙ୍କ ପ୍ରତି ଏହିଭଳି ଘଟଣା ଥମିବାର ନାଁ ନେଉନାହିଁ। ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ବେତୁଲ ଜିଲ୍ଲା ସାରନି ଥାନା ଅଞ୍ଚଳରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ଯୌନ ଶୋଷଣର ଶିକାର ହୋଇଛନ୍ତି ଜଣେ ୧୩ ବର୍ଷର ନିରୀହ ନାବାଳିକା। ନାବାଳିକା ରାତିରେ କ୍ଷେତକୁ ମଟର ବନ୍ଦ କରିବାକୁ ଯାଇଥିଲେ। ସେତେବେଳେ ୪୫ ବର୍ଷ ବୟସ୍କ କ୍ଷେତ ମାଲିକ ସୁଶୀଲ ବର୍ମା ନାବାଳିକାଙ୍କୁ ଏକା ଦେଖି ଯୌନ ଶୋଷଣର ଶିକାର କରିଥିଲା। ଏହାପରେ ଶିଶୁକୁ ମରିଯାଇଥିବା ଭାବି ଉପରେ ପଥର ଓ କଣ୍ଟା ପକାଇ ପୋତି ଦେଇଥିଲା।

ବିଳମ୍ବିତ ରାତି ଯାଏଁ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜିବାକୁ ଯାଇଥିଲେ। କ୍ଷେତ ପାଖରେ ତାଙ୍କୁ କାହାର କାନ୍ଦିବା ଶବ୍ଦ ସୁଭିଥିଲା। କାନ୍ଦ ଶୁଣି ସେମାନେ କ୍ଷେତ ପାଖରେ ଥିବା ନାଳ ଆଡକୁ ଦୌଡ଼ିଥିଲେ। ପରିବାର ଲୋକ ପଥର ଓ କଣ୍ଟା ହଟାଇ ଦେଖିଲା ବେଳକୁ ସେଠାରେ ନିଜ ଝିଅକୁ ଲହୁଲୁହାଣ ଅବସ୍ଥାରେ ପାଇଥିଲେ। ନାବାଳିକାଙ୍କ ପୁରା ଶରୀର କ୍ଷତବିକ୍ଷତ ହୋଇଯାଇଥିଲା। ତାଙ୍କ ଅବସ୍ଥା ବହୁତ ଗମ୍ଭୀର ଥିଲା। ତାଙ୍କୁ ତୁରନ୍ତ ବେତୁଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉପଚାର ପରେ ତାଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଓ ତାଙ୍କ ଅବସ୍ଥା ସ୍ଥିର ରହିଛି। ଅଭିଯୁକ୍ତ ସୁଶୀଲ ବର୍ମାକୁ ପୋଲିସ ଗିରଫ କରିଛି। ସ୍ଥାନୀୟ ଲୋକ ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି କରିଛନ୍ତି।

   Related Posts