ମୁର୍ମୂଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ

Published By : Prameya-News7 Bureau | July 16, 2019 IST

ସମ୍ବଲପୁର ୧୬|୭: ସମ୍ବଲପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କତରବଗା ଥାନା ଅଞ୍ଚଳରେ ।

{"id":134056}

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା କତରବଗା ଥାନା ଗତକାଲି ସନ୍ଧ୍ୟାରେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ପରେ ନାବାଳିକାଙ୍କ ମୁହଁକୁ ପଥର ଛେଚି ହତ୍ୟା ଉଦ୍ୟମ କରାଯାଇଛି । ମୁର୍ମୂଷୁ ଅବସ୍ଥାରେ ନାବାଳିକା ଜଣଙ୍କ ପଡିଆରେ ପଡିଥିବା ବେଳେ ଘର ଲୋକେ ଉଦ୍ଧାର କରିଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ପରିବାର ପକ୍ଷରୁ କତରବଗା ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.