ନାବାଳିକାଙ୍କୁ ଦୁଷ୍କର୍ମ ! ଥାନାରେ ମାମଲା ରୁଜୁ

Published By : Prameya-News7 Bureau | January 08, 2020 IST

ରାଉରକେଲା ୮।୧: ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡିତା ନାବାଳିକାଙ୍କୁ ଉଦ୍ଧାର କରିଛି ସାମାଜିକ ଅନୁଷ୍ଠାନ ସ୍ମାଇଲ ଫର ଏଭର । ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି । ଦୁଷ୍କର୍ମ ନେଇ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଛି ଚାଇଲ୍ଡ ଲାଇନ୍ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଦିନକୁ ଦିନ ବଢି ବଢି ଚାଲିଛି ନାରୀମାନଙ୍କ ଉପରେ ନିର୍ଯାତନା । ସମାଜରେ ନାରୀମାନେ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ନାବାଳିକାମାନେ ମଧ୍ୟ ଅସୁରକ୍ଷିତ । ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକାମାନଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି । ଦୁଷ୍କର୍ମର ଶିକାର ମଧ୍ୟ ହେଉଛନ୍ତି ନାବାଳିକା ଓ ଶିଶୁ । ରାଉରକେଲାରେ ବାରମ୍ବାର ଦୁଷ୍କର୍ମ ଘଟଣାମାନ ସାମ୍ନାକୁ ଆସୁଛି । ତେବେ ମହିଳା, ନାବାଳିକା, ଶିଶୁମାନେ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.