ରାଉରକେଲାରେ ପୁଣି ଲଜ୍ଜା : ପୂଜା ବୁଲାଇ ନେବା ବାହାନାରେ ନାବାଳିକାଙ୍କୁ ୩ ସାଙ୍ଗ କଲେ ଗଣ ଦୁଷ୍କର୍ମ !
29/09/2019 at 12:05 PM

ରାଉରକେଲାରେ ୨୯।୯: ରାଉରକେଲାରେ ପୁଣି ଲଜ୍ଜା । ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗତ ୨୨ ତାରିଖରେ ଏହି ଘଟଣା ଘଟିଛି । ଘଟଣା ସଂପର୍କରେ ଗତକାଲି ବିଳମ୍ବିତ ରାତିରେ ସେକ୍ଟର ସେଭେନ୍ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ନାବାଳିକାଙ୍କ ତିନି ସାଙ୍ଗ ନାବାଳିକାଙ୍କୁ ପୂଜା ବୁଲାଇ ନେବା ବାହାନାରେ ସେକ୍ଟର ୬ ଘାସ ପଡ଼ିଆରେ ରାତି ୧୨ଟାରେ ଗଣ ଦୁଷ୍କର୍ମ କରିଥିଲେ । ଏହାସହ ଅଭିଯୁକ୍ତମାନେ ନାବାଳିକାଙ୍କୁ ଧମକ ଚମକ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ । ପୋଲିସ ତିନି ଜଣଙ୍କୁ ଅଟକ ରଖିବା ସହ ନାବଳିକାଙ୍କ ଡାକ୍ତରୀ ମାଇନା କରିଛି ।