Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନାବାଳିକା ଗଣଦୁଷ୍କର୍ମ : ୫ ଦିନ ପରେ ବି ପୋଲିସ ହାତ ଖାଲି, କ୍ଷୁବ୍ଧ ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ, ଡିସିପିଙ୍କୁ ମାଗିଲେ ରିପୋର୍ଟ

6/09/2020 at 7:43 PM

ଭୁବନେଶ୍ୱର, ୦୬।୦୯:   ରାଜଧାନୀରେ ଲକଲାଉନ ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିବା ସହ କମିଶନରରେଟ୍‌ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ । ଘଟଣାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସବିଶେଷ ରିପୋର୍ଟ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି । ସେପଟେ ଅଭିଯୋଗକୁ ୫ଦିନ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ ।

ଲକ୍‌ଡାଉନ୍‌ ଲଜ୍ଜା । ଲକ୍‌ଡାଉନ୍‌ରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୋଗର ୫ଦିନ ପରେ ବି ପୋଲିସ ହାତ ଖାଲି । ଅଭିଯୁକ୍ତଙ୍କୁ ଧରିବାରେ ନାକାମ୍‌ ହୋଇଛି କମିଶନରେଟ୍‌ ପୋଲିସ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଭିନ୍ନ ସୁରକ୍ଷା କମିଶନ । ଘଟଣାକୁ ନିନ୍ଦା କରିବା ସହ କମିଶନରରେଟ୍‌ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଅଧିକାର ସୁରକ୍ଷା କମିଶନ । ଘଟଣାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସବିଶେଷ ରିପୋର୍ଟ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି । ସେପଟେ ତଦନ୍ତକୁ ଅନୁଧ୍ୟାନ କରିବା ସହ ଏଥିରେ ଅବହେଳା ହେଲେ ଡିଜିପିଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

ଆସନ୍ତାକାଲି ଠାରୁ ଏହି ଘଟଣାର ତଦନ୍ତ ଆରମ୍ଭ କରିବ ୩ଜଣିଆ ତଦନ୍ତକାରୀ ଟିମ୍‌ । ତେବେ ଘଟଣାକୁ ୪ମାସରୁ ଅଧିକ ସମୟ ବତିଥିବାରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପୋଲିସ ପାଇଁ କାଠିକର ପାଠ ହେବ । ପ୍ରମାଣ ନପାଇଲେ ଅଭିଯୁକ୍ତ ଖସିଯିବାର ଆଶଙ୍କା ମଧ୍ୟ ରହିଛି ।

ଘଟଣାରେ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ କର୍ମଚାରୀ, ୨ଜଣ ସିକ୍ୟୁରିଟି ଗାର୍ଡ଼, ଜଣେ ପୋଲିସ ସୁବେଦାର ଏବଂ ତାଙ୍କର ୨ ସହଯୋଗୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।  ଅଭିଯୁକ୍ତମାନେ ସଂପୃ୍କ୍ତ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବାରୁ ଅନେକ ଦିନ ପର୍ଯ୍ୟନ୍ତ ଭୟରେ ମୁହଁ ଖୋଲିନଥିଲେ ପୀଡ଼ିତା । ବିଳମ୍ବରେ ହେଉ ପଛକେ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଜହ୍ଲାଦମାନଙ୍କୁ ତୁରନ୍ତ ଗିରଫ କରିବା ଜରୁରୀ ହୋଇପଡ଼ିଛି ।

   Related Posts