Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ବିରଳ ମାମଲା : ଜଣେ ନାବାଳିକାକୁ ଅନ୍ୟ ଦୁଇ ଜଣ ନାବାଳିକା କରିଛନ୍ତି ଦୁଷ୍କର୍ମ

29/01/2020 at 2:29 PM

ଅହମ୍ମଦାବାଦ ୨୯/୦୧- ଏକ ବିରଳ ଏବଂ ଅବିଶ୍ୱସନୀୟ ମାମଲା । ଦୁଇଜଣ ସହପାଠୀ ନାବାଳିକାଙ୍କ ବିରୋଧରେ ଅନ୍ୟ ଜଣେ ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗ । ଏପରିକି ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ  ପୋଲିସ ବି ମାମାଲା ରୁଜ୍ଜୁ କରିଥିଲା । ତେବେ ଅଭିଯୋଗକାରୀଙ୍କ ମାନସିକ ଅବସ୍ଥା ସ୍ଥିର ରହୁନଥିବାବେଳେ, ତଥା ସେ ପୋକ୍‌ସୋ କୋର୍ଟରେ ହାଜର ହୋଇ ତାଙ୍କ ବୟାନ ନରଖିପାରିବାରୁ ଅଭିଯୁକ୍ତ ଦୁଇ ନାବାଳିକାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଅହମ୍ମଦାବାଦର ଓଧାବରେ ଏହି ଘଟଣା ଘଟିଛି ।

ଘଟଣାଟି ପ୍ରାୟ ଦୁଇ ବର୍ଷ ତଳର । କିନ୍ତୁ ଏବେ ତାହା ଅଦାଲତକୁ ଆସିବା ପରେ ଫଇସଲା ହୋଇଛି । ଅହମ୍ମଦାବାଦର ଓଧବା ସ୍ଥିତ ମହିଳା ଆବାସ କେନ୍ଦ୍ର ପରିସରରେ  ଥିବା ବାଳିକା ଆଶ୍ରମ ରେ ଏହି ଘଟଣା ୨୦୧୭ ଜୁନ୍‌ରେ ଘଟିଥିବା ନେଇ ଅଭିଯୋଗ ହୋଇଥିଲା ।ଜଣେ ନାବାଳିକା ଆଶ୍ରମ ସୁପରିଟେଣ୍ଡେଣ୍ଟଙ୍କୁ ଅଭିଯୋଗ କରିଥିଲା କି, ତାକୁ ଆଶ୍ରମର ତିନି ଜଣ ଝିଅ ଯୌନ ନିର୍ଯାତନା ଦେଉଛନ୍ତି । ସେ ପୋଷାକ ବଦଳାଇବା ସମୟରେ ସେହି ଝିଅ ମାନେ ତାକୁ ହଇରାଣ ହରକତ କରୁଛନ୍ତି । ଏପରିକି ସହ ତାର ଗୁପ୍ତାଙ୍ଗରେ ଆଙ୍ଗୁଠି ଭର୍ତ୍ତି କରି ତାକୁ ନିର୍ଯାତନା ଦେଉଥିବା ନାବାଳିକା ଜଣକ ଅଭିଯୋଗ କରିଥିଲା । ତାକୁ ବିଭିନ୍ନ ପ୍ରକାର ଅସଦାଚରଣ କରିବା ସହ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ କରି ନାବାଳିକା ଜଣକ, ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲା ଯେ, ସେହି  ରୁମ୍‌ ମେଟ ମାନେ ତାକୁ  ଦୀର୍ଘ ଦିନ ଧରି ଏପରି ନିର୍ଯାତନା ଦେବା ସହ ପାଟି ଚୁପ୍‌ ରଖିବାକୁ ଧମକ ବି ଦେଉଛନ୍ତି ।

 ଆଶ୍ରମର କର୍ମକର୍ତ୍ତା ସେ ସଂପର୍କରେ ଛାନଭିନ୍‌ କରିବା ପରେ ଅଭିଯୋଗର ସତ୍ୟତା ନେଇ ସୂଚନା ପାଇଥିଲେ । ଅଭିଯୋଗକାରିଣୀ  ଘଟଣାର ତିନିଦିନ ପରେ ଅଭିଯୋଗ କରିଥିଲେ । ଏହାପରେ ଆଶ୍ରମ ପକ୍ଷରୁ ମହିଲା ଥାନାରେ ତିନି ଅଭିଯୁକ୍ତ ଛାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ନାମରେ ଏଫଆଇଆର୍ ଦରଜ କରାଯାଇଥିଲା ।ସେତେ ବେଳେ ଅଭିଯୁକ୍ତ ମାନଙ୍କ ବୟସ ୧୭ ବର୍ଷରୁ ଅଳ୍ପ ଅଧିକ ଥିଲା । ପୀଡିତା ନାବାଳିକା ଥିବା ବେଳେ ଅଭିଯୁକ୍ତମାନେ ତାଠାରୁ ଅଳ୍ପ ବଡ ଥିଲେ । ଜଣେ ଅଭିଯୁକ୍ତ ନାମରେ ଆଗରୁ ଆଶ୍ରମରେ କିଛି ଘଟଣାରେ ତଥା ଅନ୍ୟକୁ  ଯୌନ ନିର୍ଯାତନା ଭଳି ଅଭିଯୋଗ ଥିବାରୁ ତାଙ୍କୁ ଜାମିନ ମିଳିନଥିଲା । ତାଙ୍କୁ ଏକ ସୁଧାର ଗୃହକୁ ସ୍ତାନାନ୍ତର କରାଯାଇଥିଲା । ଅନ୍ୟମାନଙ୍କୁଜାମିନ ମିଳିଥିଲା । ତେବେ ଅଭିଯୋଗକାରୀ ସିଜୋଫନିଆ ଆକ୍ରାନ୍ତ ହୋଇଥିବାରୁ ପୋକ୍ସୋ କୋର୍ଟରେ ହାଜର ହୋଇପାରିନଥିଲେ । ତାଙ୍କ ମାନସିକ ଅବସ୍ଥା ବି ସ୍ଥିର ରହୁନଥିଲା । ତାଙ୍କୁ ଚିକିତ୍ସା ଲାଗି ମାନସିକ ରୋଗ ଚିକିତ୍ସା ସୁବିଧାଥିବା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏପଟେ ଏପରି ଘଟଣକ୍ରମରେ ତଥା ଅଭିଯୋଗର ସ୍ଥିତି ଏବଂ ଅନ୍ୟାନ୍ୟ ଦିଗକୁ ଦେଖି   ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି ପକ୍‌ସୋ କୋର୍ଟ । 

   Related Posts