ନିଶାସକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର : ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | January 22, 2020 IST

ଯାଜପୁର ୨୨/୧: ତଳେ ଥିଲେ ପୋଲିସ୍ । ଉପରେ ହେଉଥିଲା ଦୁଷ୍କର୍ମ । ଦିନ ଦିନ ଧରି ନାବାଳିକାଙ୍କୁ ନିଶା ଦିଆ ଯିବା ସହ ଦିଆଯାଉଥିଲା ଶାରୀରିକ ନିର୍ଯାତନା । ହେଲେ ଏହାର ଟେର ପାଇଲାନି ପୋଲିସ୍ ।  ନାବାଳିକାଙ୍କୁ ୪ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ପରେ ଦୁର୍ବୁତ ନିଶାସକ୍ତ ଅବସ୍ତାରେ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଅପହୃତା ନାବାଳିକା ହୋସ ଆସିବା ପରେ ଦେଇଛି ଏଭଳି ସାଂଘାତିକ ବୟାନ । ସଖୀ କେନ୍ଦ୍ର ହେଡଙ୍କ ଆଗରେ ବଖାଣିଛି ଗୋଟିଏ ପରେ ଗୋଟିଏ ଅତ୍ୟାଚାର କଥା ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରୁ ପୁଣି ଏକ ଲଜ୍ୟା ଓ ସମ୍ବେଦନ ଶୀଳ ଘଟଣା ସାମନାକୁ ଆସିଛି । ଅଭିଯୋଗ ଅନୁଯାୟୀ ଧର୍ମଶାଳା ଥାନା ଅଞ୍ଚଳର ଜଣେ ୧୬ ବର୍ଷର  ନାବାଳିକାଙ୍କୁ ୪ ଦିନ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ନିଶା ମଧ୍ୟ ଖୁଆଉଥିଲେ । ପରେ ଦୁର୍ବୁତ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ  ।  ଚଣ୍ଡୀଖୋଲ ଛକରେ ଥିବା ସତ୍ୟ ନାରାୟଣ ସାମଲଙ୍କ  କସମେଟିକ ଦୋକାନକୁ ଝିଅ କିଣାକିଣି କରିବାକୁ ଅନେକ ସମୟରେ ଯାଉଥିବାବେଳେ କୌଣସି ଉଦେଶ୍ୟ ରଖି ତାଙ୍କ ଝିଅକୁ ମାଗଣାରେ ଜିନିଷ ଦେଉଥିଲେ । ଏପରିକି ମୋବାଇଲ୍ ମଧ୍ୟ ଦେଇଥିଲେ । ଝିଅକୁ ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଝିଅ ରାଜି ନହେବାରୁ ଗତ ୧୫ ତାରିଖ ରାତିରେ ନିଜ ଘରୁ ଝିଅକୁ ଉଠାଇ ନେଇଥିବାର କହିଛନ୍ତି ପୀଡ଼ିତାଙ୍କ ବାପା ।

ସବୁଠୁ ବଡ କଥା ହେଲା ନାବାଳିକାଙ୍କୁ ଯେଉଁଠାରେ ରଖାଯାଇଥିଲା ସେହି ବିଲିଡଙ୍ଗ ତଳକୁ ପୋଲିସ ଯିବା ଆସିବା କରୁଥିବାର ବୟାନ ଦେଇଛନ୍ତି ପୀଡ଼ିତା । କିନ୍ତୁ ଘଟଣା ଘଟିବାର ୩ ଦିନି ବିତି ଯାଇଥିଲେ ମଧ୍ୟ ଏ ବିଷୟରେ କୌଣସି ସୁରାକ ପାଇନଥିଲା ପୋଲିସ୍ । ବନ୍ଦ ଘରେ ୩ ଦିନ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇ ଗଣଦୁଷ୍କର୍ମ କରାଗଲାପରେ  ୧୮ ତାରିଖ ଦିନ ସନ୍ଧ୍ୟାରେ ନାବାଳିକାକୁ ଏକ ଗାଡିରେ ଆଣି ତାଙ୍କ ଘରପାଖ ରାସ୍ତାରେ ଫିଙ୍ଗି ଦେଇଥିଲେ । ସେହି ସମୟରେ ସେହି ଗାଡିରେ ମହିଳା ଥିଲେ ।   ନାବାଳିକାଙ୍କୁ  ନିଶାସକ୍ତ ଅବସ୍ତାରେ ଗ୍ରାମବାସୀ ଓ ପରିବାର ଲୋକେ  ଉଦ୍ଧାର କରି ଧର୍ମଶାଳା ଥାନାକୁ ନେଇଥିଲେ । ଧର୍ମଶାଳା ଥାନା ସହାୟତାରେ  ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସଖୀ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ ତାଙ୍କୁ ସେଠାରେ ଚିକିତ୍ସିତ କରାଯାଉଛି । ଏପଟେ ୫୦୦୦ ଟଙ୍କା ନିଅ, ଆଉ ମାମଲାକୁ ରଫା ଦଫା କର , ନଚେତ ପରିସ୍ଥିତି ଭୟାଭୟ ହେବ  । ଏପରି ଧମକପୂର୍ଣ୍ଣ ଫୋନ କରାଯାଇଥିବାର ପୀଡ଼ିତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଫଳରେ ଭୟଭୀତ ଅବସ୍ଥାରେ ପୀଡିତାଙ୍କ ପରିବାର ଲୋକେ ।

ନାବାଳିକା ଉଦ୍ଧାରର ୨ ଦିନ ବିତି ଯାଇଥିଲେ ମଧ୍ୟ ତାର ଅବସ୍ଥା ସ୍ବାଭାବିକ ହୋଇନଥିବାର ଜଣାପଡିଛି । ଏ ସମ୍ପର୍କରେ ଧର୍ମଶାଳା ଥାନାରେ କେସ ୧୭/୨୦ରୁଜୁ ହୋଇଥିଲେ ମଧ୍ୟ  ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମନାରେ ମୁହଁ ଖୋଲିବେନି ବୋଲି ସିଧାସଳଖ ମନା କରିଦେଇଥିଲେ । ପୋଲିସ କାହିଁକି ମୁଖ୍ୟ ଅଭିଯୁକ୍ତ  ସତ୍ୟ ସାମଲକୁ ଏ ଯାଏଁ ଧରି ପାରୁନାହିଁ । ପୋଲିସ  ଓ  ଅଭିଯୁକ୍ତ ସତ୍ୟର କଣ ରହିଛି ସମ୍ପର୍କ ।  ଏମିତିକି ତାଙ୍କ ପ୍ରତିକ୍ରିୟା ପାଇଁ ସଖୀକେନ୍ଦ୍ରରେ ଅପେକ୍ଷା କରିଥିଲେ ମଧ୍ୟ ଗଣମାଧ୍ୟମ ସମ୍ମୁଖକୁ ଆସିନଥିଲେ । ପରେ ଦୀର୍ଘ ତିନିଘଣ୍ଟା ଧରି ଅପେକ୍ଷା କରିଥିଲେ ମଧ୍ୟ ଥାନା ଅଧିକାରୀ ମାନେ ଲୁଚି ଦଉଡି ଚାଲିଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏଯାଏଁ କାହିଁକି ନୀରବ ବସିଛି ପୋଲିସି ? କଣ ଅଭିଯୁକ୍ତ ଙ୍କ ସହ ପୋଲିସର କିଛି ସମ୍ପର୍କ ଅଛି ନା ଆଉ କିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟରେ ଏହି ଘଟଣାକୁ ନେଇ ଧର୍ମଶାଳାର କଂଗ୍ରେସ ନେତ୍ରୀ ସ୍ମୃତି ରେଖା ପହି ସଖୀ କେନ୍ଦ୍ରରେ ପହଞ୍ଚି ପୀଡ଼ିତାଙ୍କ ଠାରୁ ସବୁ ବୁଝିଥିଲେ । ନାରୀ ଆଇନଜୀବୀ ଅସହାୟ ବୋଲି ମନେ କରିଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସହ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି  କହିଛନ୍ତି ସ୍ମୃତି ରେଖା ପହି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.