ପୁଣି ଲଜ୍ଜା : ହାଇଦ୍ରାବାଦରେ ନାବାଳିକାଙ୍କୁ ଦୁଷ୍କର୍ମ !

Published By : Prameya-News7 Bureau | December 15, 2019 IST

ହାଇଦ୍ରାବାଦ ୧୫।୧୨: ହାଇଦ୍ରାବାଦରେ ପୁଣି ଦୁଷ୍କର୍ମ। ନିକଟରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। ଏହି ଘଟଣାକୁ ମାସେ ନ ପୁରୁଣୁରୁ ହାଇଦ୍ରାବାଦରେ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ନିକଟସ୍ଥ ଥାନାରେ ଅଭିଯୋଗ କରାଯାଇଛି ।  ପୋଲିସ ଘଟଣାରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ଅଭିଯୁକ୍ତ ନାବାଳିକାଙ୍କ ପଡୋଶୀ ହୋଇଥିବା ସୂଚନା ।

ତେବେ ଦୁଇ ଦିନ ତଳେ ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି। ଭଉଣୀଙ୍କ ସହ ପୀଡ଼ିତା ଯୁବତୀ ଯିବା ସମୟରେ ଅଟୋ ଡ୍ରାଇଭର ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେହିପରି କ୍ରାଇମ ସିନ୍‌ ରିକ୍ରିଏଟ୍‌ ସମୟରେ ପ୍ରାଣୀ ଚିକିତ୍ସକଙ୍କ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ଘଟଣାସ୍ଥଳରେ ଚାରିଜଣ ଅଭିଯୁକ୍ତ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୋଲିସ ଉପରକୁ ଆଙ୍ଗୁଳି ଉଠିଛି। ଏ ନେଇ ତେଲେଙ୍ଗାନା ହାଇକୋର୍ଟ ଯାଞ୍ଚ ପାଇଁ ନିର୍ଦେଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.