ପୁଣି ଲଜ୍ଜା : ସଂପର୍କୀୟ ଭାଇ କଲା ନାବାଳିକାକୁ ଦୁଷ୍କର୍ମ !
28/01/2019 at 3:46 PM

ଜୟପାଟଣା ୨୮|୧: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଫୋଲକାମୁଣ୍ଡାଠାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତ ସଂପର୍କୀୟ ଭାଇ ସାଜନ ମହାଲିଙ୍ଗ ଥାନାରେ ଅଟକ ରଖାଯାଇଛି । ପୋଲିସ ମାମଲା ରୁଜୁ କରି ନାବାଳିକାର ଡାକ୍ତରୀ ମାଇନା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନାବାଳିକାଙ୍କ ବୟସ ୧୪ ବର୍ଷ । ବିବାହର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିବା ପୀଡିତା ଜଣକ ପରିବାରକୁ ଜଣାଇବା ପରେ ଥାନାରେ ଏତଲା ଦାୟର ହୋଇଥିଲା । ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
Related Posts
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021