ଗୋଟେ ପରେ ଗୋଟେ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ଆସୁଛି ପଦାକୁ, ବିଭିନ୍ନ ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ଓ କଂଗ୍ରେସ

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧|ଚ କନ୍ଧମାଳ ଗ୍ରୀନବାଡ଼ି, ଢେଙ୍କନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲ, କଳାହାଣ୍ଡି ନବୋଦୟ ବିଦ୍ୟାଳୟ ପରେ ଧର୍ମଗଡ଼ରୁ ଆସିଛି ସଙ୍ଗୀନ ଅଭିଯୋଗ । ଏଠାରେ ମଧ୍ୟ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବାର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ବିଭିନ୍ନ ସ୍ଥାନରେ ନାବାଳିକା ଗର୍ଭବତୀ ହେବା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କରିଛନ୍ତି ବିକ୍ଷୋଭ ।…

{"id":75874}

  

ସମାଜ ପାଇଁ  ପୁଣି ଏକ ଲଜ୍ଜା । କଳାହାଣ୍ଡି ନବୋଦୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ମାମଲାରେ ଅଭିଯୁକ୍ତ ଚିହ୍ନଟ ହୋଇନଥିବା ବେଳେ ଧର୍ମଗଡ ଡଙ୍ଗାବାହାଲରେ ଏମିତି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ହୋଇଛନ୍ତି ଗର୍ଭବତୀ । ଛାତ୍ରୀଟିକୁ ଏକୁଟିଆ ପାଇ ବିବାହିତ ପଡୋଶୀ ବାରମ୍ବାର ଦୁଷ୍କର୍ମ କରିଥିଲା । ପରିବାରର ଅଭିଯୋଗ ପରେ ପୋକ୍ସୋ ଧାରାରେ ଅଭିଯୁକ୍ତ ସୁଗ୍ରୀବ ଜାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧର୍ମଗଡ଼ ପୋଲିସ।

{"id":75875}

କଳାହାଣ୍ଡି ଜିଲ୍ଲାରେ ଦୁଇ ଦିନରେ ଦୁଇଟି ଘଟଣା ପଦାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଦାବି କରି ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି ।

{"id":75879}

ସେପଟେ ଢେଙ୍କାନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣାକୁ ନେଇ ଜିଲ୍ଲାରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସ୍କୁଲ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଘଟଣାରେ ପୋଲିସ ଛାତ୍ରୀର ସଂପର୍କୀୟ ପଞ୍ଚମ ଶ୍ରେଣୀ ଛାତ୍ରକୁ ଅଟକ ରଖିବାକୁ ନେଇ ପରିବାର ଲୋକେ କ୍ଷୁବ୍ଧ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ନିଜ ଦୋଷ ଘୋଡ଼ାଇବା ପାଇଁ ସମ୍ପର୍କୀୟ ନାବାଳକ ଉପରେ ଦୋଷ ଲଦିଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିଳମ୍ବନ ଦାବିରେ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।…

{"id":75880}

ଗୋଟିଏ ପରେ ଗୋଟିଏ ନାବାଳିକା ଗର୍ଭବତୀ ହେବା ଘଟଣାକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ବିରୋଧୀ । କଳାହାଣ୍ଡି, ଢେଙ୍କାନାଳଠାରୁ ନବରଙ୍ଗପୁର, ବ୍ରହ୍ମପୁର, ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ଓ ବିଜେପି ।…

ଆଶ୍ରମ ସ୍କୁଲ, ନବୋଦୟ ବିଦ୍ୟାଳୟଠାରୁ ନିଜ ଘର, ସବୁଠି ଅସୁରକ୍ଷିତ ଝିଅ, ଯାହା ଏବେ ବଡ ପ୍ରଶ୍ନ ଛିଡା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.